ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶିବିର ଉଦ୍ୟାପିତ
ାା ପ୍ରଭାନୁ୍ୟଜ୍ ।ା ବ୍ୟାସନଗର : ଇନ୍ଦିରା ଗାନ୍ଧି ମହିଳା (ଜୁନିୟର) କଲେଜର ଜାତୀୟ ସେବା ଯୋଜନା ପକ୍ଷରୁ ସ୍ୱତନ୍ତ୍ର ଶିବର ଉଦ୍ୟାପିତ ହୋଇଯାଇଛି । ସେବା ଯୋଜନାର ସଂଯୋଜକ ଅଧ୍ୟାପକ ହୃଷିକେଶ ତ୍ରିପାଠୀଙ୍କ ତତ୍ତ୍ୱାବଧନାରେ ଅନୁଷ୍ଠିତ ଶିବିର ୭ଦିନଧରି ଚାଲିଥିଲା । ଏଥିରେ ମହାବିଦ୍ୟାଳୟର ୫୦ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ ।
ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ପଙ୍କଜିନୀ ପାଣି, ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରନôାକର ଜେନା, କାଉନସିଲର ଉର୍ମିଳା ପରିଡା ଓ କୁମୁଦୁନୀ ରାଉତ ପ୍ରମୁଖ ଉଦଘାଟନ କରିଥିଲେ । ଅନୁଷ୍ଠିତ ଶିବିରରେ ଶିବାରାର୍ଥୀଙ୍କ ଦ୍ୱାରା ବୃକ୍ଷରୋପଣ, ସଡକ ସୁରକ୍ଷା, ଫାଇଲେରିଆ ସଚେତନତା, ସ୍ୱଛଭାରତ ଅଭିଯାନ, ଅଗ୍ନିନିର୍ବାପକ ସଚେତନତା ଆଦି କାର୍ଯ୍ୟକ୍ରମ ହୋଇଥିଲା । ଉଦ୍ୟାପନୀ ସଭା ତଥା ପ୍ରମାଣପତ୍ର ପ୍ରଦାନ ଉତ୍ସବ ଅଧ୍ୟକ୍ଷା ପଙ୍କଜିନୀ ପାଣିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଅତିଥିଭାବେ ଉଚ୍ଚମାଧ୍ୟମିକ ଶିକ୍ଷାପରିଷଦର ଜାତୀୟସେବା ଯୋଜନାର ପୋଗ୍ରାମ କୋ-ଅଡିନେଟର ଡକ୍ଟର ବିଶ୍ୱମୋହନ ଜେନା, ଜିଲାର ଜାତୀୟ ସେବା ଯୋଜନା ଅଧିକାରୀ ସୁଦୀପ୍ତ କୁମାର ବିଶ୍ୱାଳ, ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ, ଯାଜପୁର ରୋଡ ଥାନା ସବଇନ୍ସପେକ୍ଟର ଲିଙ୍ଗରାଜ ବେହେରା, ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରନôାକର ଜେନା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଶିବିରାର୍ଥୀ ଛାତ୍ରୀଙ୍କୁ ମେଡାଲ ସହ ପ୍ରମାଣପ୍ରଦାନ କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନାର ସହସଂଯୋଜକ କଲ୍ୟାଣୀ ପରିଡା, ଅଧ୍ୟାପକ ଜ୍ୟୋତି ପ୍ରକାଶ ରାଉତ, ଚିତରଞ୍ଜନ ବଳ, ସୁବାସଚନ୍ଦ୍ର ସ୍ୱାଇଁ, ସରୋଜ କୁମାର ଜେନା, ସୁରେନ୍ଦ୍ର କୁମାର ମଲ୍ଲିକ, ଅଧ୍ୟାପିକା ଲଳିତା ସାହୁ, ଡକ୍ଟର ହିଁରଣ୍ମମୟୀ ମିଶ୍ର, ମାନସୀ ବେହେରା, ଦୀପ୍ତିମୟୀ ରାଉତ, ଦେବଯାନୀ ଦାସ, ରାଜଲକ୍ଷ୍ମୀ ଦାସ, ଅନିମା ପ୍ରଧାନ, ଡକ୍ଟର ମମତାମୟୀ ଦାଶ, ଆୟେଶା ପରିଡା ପ୍ରମୁଖ ଅଧ୍ୟାପିକା/ଅଧ୍ୟାପକଙ୍କ ସମେତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ । ସହ-ସଂଯୋଜିକା କଲ୍ୟାଣୀ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।