ଅଦିନିଆ ବର୍ଷାରେ ଧାନର ସୁରକ୍ଷା ପାଇଁ ପଦକ୍ଷେପ
ଭୁବନେଶ୍ୱର : ଅଦିନିଆ ବର୍ଷାରୁ ଅମଳ ଫସଲର ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି । ରାଜ୍ୟରେ ଖରିଫ ଧାନସଂଗ୍ରହ ପ୍ରକ୍ରିୟା ଜାରି ରହିଥିବାବେଳେ ଅଦିନିଆ ବର୍ଷା ବିଭିନ୍ନ ଜିଲ୍ଲା ମାନଙ୍କରେ ମଧ୍ୟ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ଧାନକିଣା ପ୍ରକ୍ରିୟା ଜାରି ରଖିବା ସହିତ ଅମଳ ଧାନର ସୁରକ୍ଷା ପାଇଁ ଯୋଗାଣ ବିଭାଗ ପକ୍ଷରୁ ଆବଶ୍ୟକୀୟ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଚାଷୀଙ୍କୁ ଆଗୁଆ ସଚେତନ କରାଯିବା ସହ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିସହ ଅଗ୍ରାଧିକାର ଭିତ୍ତିରେ ଧାନ ଉଠାଣ ପାଇଁ ମିଲରମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ସେହିପରି ପାଣିପାଗ ଉପରେ ନଜର ରଖାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି । ରାଜ୍ୟରେ ଅଦିନିଆ ବର୍ଷା ନେଇ ଏସ୍ଆର୍ସିଙ୍କ ପକ୍ଷରୁ ସଂପୃକ୍ତ ବିଭାଗଗୁଡିକୁ ସୂଚନା ଦିଆଯିବା ପରେ ଯୋଗାଣ ବିଭାଗ ପକ୍ଷରୁ ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ସମ୍ପୃକ୍ତ ଅଧିକାରୀଙ୍କୁ ଏ ସଂପର୍କରେ ଅବଗତ କରାଯାଇଛି ।