୧ରେ"ଯାଜପୁର ବିକଶିତ: କୋରେଇ ଅନୁନ୍ନତ’ ଶୀର୍ଷକ ଆଲୋଚନା ଚକ୍ର
ାା ପ୍ରଭାନୁ୍ୟଜ ।ା ବ୍ୟାସନଗର : ଯାଜପୁର ଜିଲ୍ଲା ଟ୍ୟାକ୍ସ ବାର ଆସୋସିଏସନ୍ ଆସନ୍ତା ସେପ୍ଟେମ୍ବର ମାସ ୧ତାରିଖ ଏହାର ପ୍ରତିଷ୍ଠାତା ସଭାପତି ବରିଷ୍ଟ ଓକିଲ ସ୍ୱର୍ଗତ ମଦନ ମୋହନ ସ୍ୱାଇଁଙ୍କ ଜୟନ୍ତୀ ଅବସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । "ଯାଜପୁର ବିକଶିତ: କୋରେଇ ଅନୁନ୍ନତ’ ବିଷୟ ବସ୍ତୁ ଉପରେ ଆଧାରିତ ଆଲୋଚନା ଚକ୍ରକୁ କୋରେଇବିଧାୟକ ଆକାଶ ଦାସ ନାୟକ ଉଦଘାଟନ କରିବାର ଥିଲାବେଳେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ ମୁଖ୍ୟ ଅତିଥି, ପୂର୍ବତନ ରାଜ୍ୟସଭା ସାଂସଦ ରାମ ଚନ୍ଦ୍ର ଖୁଣ୍ଟିଆ ମୁଖ୍ୟବକ୍ତା ଏବଂ ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତି ସମ୍ମାନିତ ଅତିଥି ଭାବରେ ଯୋଗଦେବେ । ଏହାକୁ ସଫଳ କରିବାକୁ ଏକ ପ୍ରସ୍ତୁତି ବୈଠକ ଆସୋସିଏସନ୍ର ସଭପତି ବିବେକାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ସ୍ଥାନୀୟ ହୋଟେଲ୍ ରୟାଲ କଳିଙ୍ଗରେ ଅନୁଷ୍ଠିତ ହୋଇଯାଇଛି । ଅନ୍ୟମାନଙ୍କ ମଧ୍ୟରେ ବାରର ସମ୍ପାଦକ ଜ୍ଞାନେନ୍ଦ୍ର ନାୟକ, ଉପସଭାପତି ଧନେଶ୍ୱର ବାରିକ, ସହ ସମ୍ପାଦକ ଅଶୋକ କୁମାର ଶର୍ମା, ଯୁଗ୍ମ ସମ୍ପାଦକ ସସ୍ମିତା ସ୍ୱାଇଁ, ଦୂର୍ବାଦଳ ବସୁ,ରମାକାନ୍ତ ସେଠୀ, ଅକ୍ଷୟ କୁମାର ବାରିକ୍, ରତିକାନ୍ତ ବେହେରା, ରାଜେନ୍ଦ୍ର ଧୀର ସାମନ୍ତ, ରମାକାନ୍ତ ନନ୍ଦ ପ୍ରମୁଖ ଉପସ୍ଥିତଥିଲେ ।