ଜିନ୍ଦଲ ପକ୍ଷରୁ ବାର୍ଷିକ କ୍ରୀଡା ପ୍ରତିଯୋଗିତା 

 କଳିଙ୍ଗନଗର: ସ୍ଥାନୀୟ ସଂପ୍ରଦାୟଙ୍କ ମଧ୍ୟରେ ଏକତାବୃଦ୍ଧି ଏବଂ ଖେଳକୁଦ ପ୍ରତି ଆଗ୍ରହ ବଢାଇବା ଉଦ୍ୟେଶରେ ଜିନ୍ଦଲ ଷ୍ଟେନଲେସ ସିଏସ୍ଆର ବିଭାଗ ଆୟୋଜନରେ ଦୁଇଦିନିଆ କ୍ରୀଡ଼ା ପ୍ରତିଯୋଗିକା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ୨୦୦ରୁ ଅଧିକ ଉତ୍ସାହୀ ଅଂଶଗ୍ରହଣ କରିଥିଲେ । ଯେଉଁଥିରେ ଅସ୍ମିତା ଉତ୍ପାଦନ କେନ୍ଦ୍ର, ଯୁବଶକ୍ତି ପାଇଁ ଦକ୍ଷତା ତାଲିମ କେନ୍ଦ୍ର, ଏବଂ ଜେଆଇଆଇଟି କମ୍ପୁ୍ୟଟର ଶିକ୍ଷା କେନ୍ଦ୍ର ଭଳି ପ୍ରମୁଖ ସିଏସଆର ପ୍ରକଳ୍ପର ହିତାଧିକାରୀ ଏବଂ ସମ୍ପ୍ରଦାୟର ସଦସ୍ୟ ଏବଂ ସିଏସଆର କ୍ଷେତ୍ର କର୍ମଚାରୀ ସାମିଲ ଥିଲେ । କ୍ରୀଡା ସମାବେଶରେ କ୍ୟାରମ୍ ଏବଂ କ୍ରିକେଟ୍ ଭଳି ଲୋକପ୍ରିୟ କାର୍ଯ୍ୟ କଳାପ ସହିତ ସୂତା ଏବଂ ଛୁଂଚିଦୌଡ଼, ପିଙ୍ଗପଙ୍ଗ ଏବଂ ଆଳୁ ଦୌଡ଼ ସମେତ ବିଭିନ୍ନ ମଜାଦାର ଖେଳ ପ୍ରଦର୍ଶିତ ହୋଇଥିଲା । ଏହା ବ୍ୟତୀତ କ୍ୟାରମ୍, କବାଡ଼ି ଏବଂ କ୍ରିକେଟ୍ ଭଳି ଖେଳ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା । ଦୁଇଦିନିଆ କାର୍ଯ୍ୟକ୍ରମ ସମ୍ପ୍ରଦାୟ ମଧ୍ୟରେ ସୌହାର୍ଦ୍ଦ୍ୟ, ଦଳଗତ କାର୍ଯ୍ୟ ଏବଂ ଆନନ୍ଦ ବୃଦ୍ଧି ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିଥିଲା । ଜିନ୍ଦଲ ଷ୍ଟେନଲେସର କଳିଙ୍ଗନଗର ପ୍ଲାଣ୍ଟର ବରିଷ୍ଠ ମହିଳା ଇଞ୍ଜିନିୟର ଶେଷ ଦିନରେ ଯୋଗ ଦେଇ ଅଂଶ ଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମର ନେତୃତ୍ୱ ସିଏସଆରର ଆଂଚଳିକ ମୁଖ୍ୟ ସୁକାନ୍ତ ରଥ, ଦଳର ବରିଷ୍ଠ ସଦସ୍ୟ ସଞ୍ଜୟ ମହାନ୍ତି ଏବଂ ହେମନ୍ତ ବାହାଲିଆଙ୍କ ନେତୃତ୍ୱରେ କରାଯାଇଥିଲା ।