ସୁଦର୍ଶନ ଦାରୁ ପୀଠରେ ଚଳଚଞ୍ଚଳ ରଥଖଳା

 ବାଲିଅନ୍ତା  : ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଗଡକଣ୍ଟୁଣିଆ ସ୍ଥିତ ଚକ୍ରରାଜ ସୁଦର୍ଶନ ଦାରୁଙ୍କ ନବମତମ ରଥଯାତ୍ରା ନିମନ୍ତେ ମନ୍ଦିର ଟ୍ରଷ୍ଟ ବୋଡ଼ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି  । ରଥ ଯାତ୍ରା ନିମନ୍ତେ ଚଳଚଞ୍ଚଳ ହୋଇପଡିଛି ଚକ୍ରରାଜ ସୁଦର୍ଶନ ଦାରୁଙ୍କ ରଥଖଳା  । ଅକ୍ଷୟତୃତୀୟା ଠାରୁ ରଥ କାଠ ଅନୁକୂଳ ହୋଇ ଖଳାରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ  । ମୁଖ୍ୟ ମହାରଣା ନୀଳ ଓଝା କହିବା ଅନୁଯାୟୀ ଏଥର ରଥର ଉଚ୍ଚତା ୨୩ ଫୁଟ୍, ଚଉଡା ୧୨ ଫୁଟ୍, ଲମ୍ବା ୧୪ ଫୁଟ୍ ରହିଥିବା ବେଳେ ୬ଟି ଚକା, ୩ଟି ଅଖ, ୧୪ଟି କୁମ୍ଭ, ୧୨ଟି ଆଡି ଆଦି କାଠରେ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଋଲିଛି  ।  ଏହି ରଥ ନିର୍ମାଣରେ ୭ଜଣ ମହାରଣା ସେବାୟତ ନିୟୋଜୋଗ ହୋଇଛନ୍ତି  ।  ସେହିପରି ମନ୍ଦିର ଟ୍ରଷ୍ଟ ବୋର୍ଡÿର୍  କାର୍ଯ୍ୟକାରୀ ସଦସ୍ୟ ଚକ୍ରଧର ନାୟକ କହିଛନ୍ତି ନିକଟରେ ଭୁବନେଶ୍ୱର ପୁଲିସ୍ କମିଶନରଙ୍କ ତରଫରୁ ବିଭିନ୍ନ ଅଞ୍ଚଳରେ ରଥଯାତ୍ର ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା  । ସେଠାରେ ଆମ ଟ୍ରଷ୍ଟ ବୋର୍ଡÿକୁ ନିମନ୍ତ୍ରଣ କରାଯାଇଥିଲା  । କିଭଳି ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାର ସହିତ ରଥଯାତ୍ରା ଅନୁଷ୍ଠିତ ହେବ ଏବଂ ରଥ ଟଣା କାର୍ଯ୍ୟ ଚାଲିଥିବା ବେଳେ ବିଦୁ୍ୟତ ତାର, ବଡ଼ ବଡ଼ ଗଛର ଶାଖା ପ୍ରଶାଖା କିପରି ବାଧା ସୃଷ୍ଟି ନକରେ ସେଥିପ୍ରତି ସ୍ଥାନୀୟ ପୁଲିସ୍ ରଥଯାତ୍ରା ସମୟରେ ସମ୍ପୂର୍ଣ ସହଯୋଗ କରିବ ବୋଲି ଆଲୋଚନା କରାଯାଇଥିଲା  ।