ଜିପିଏଲଏଫ୍ କର୍ମୀଙ୍କ ଧାରଣା
ନୀଳଗିରି : ଅଲ୍ ଓଡ଼ିଶା ଜିପିଏଲ୍ଏଫ୍ କର୍ମୀ ସଂଘ ଡାକରାରେ ଓଡିଶାର ୩୦ଟି ଜିଲ୍ଲାର ୩୧୪ଟି ବ୍ଲକରେ କାର୍ଯ୍ୟରତ ସମସ୍ତ କମୁ୍ୟନିଟ୍ ସପୋର୍ଟ ଷ୍ଟାଫ ପ୍ରତ୍ୟେକ ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ବେଳେ ଅନୁରୂପ ଭାବେ ନୀଳଗିରି ବ୍ଲକର ୨୫ଗୋଟି ପଞ୍ଚାୟତର ସମସ୍ତ ଜିପିଏଲ୍ଏଫ୍ କର୍ମୀ ଓଏଲଏମ ଅଫିସରେ ତାଲା ପକାଇ ନୀଳଗିରି ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ୨୦୧୨ ମସିହାରୁ ସମସ୍ତ କମୁ୍ୟନିଟ ସପୋର୍ଟ ଷ୍ଟାଫଙ୍କୁ ପୂର୍ବ ରାଜ୍ୟ ସରକାର ପୂର୍ବରୁ ପ୍ରଦାନ କରାଯାଉଥିବା ସ୍ଥାୟୀ ପାରିଶ୍ରମିକକୁ ବର୍ତ୍ତମାନର ରାଜ୍ୟ ସରକାର କାର୍ଯ୍ୟକାରୀ କରିବା ସହିତ ନୂତନ କରି କାର୍ଯ୍ୟକାରୀ କରିଥିବା ପାରିଶ୍ରମିକ ଉଚ୍ଛେଦ କରିବାକୁ ଦାବି କରିଛନ୍ତି । ଏହାସହିତ ସିଆରପିମାନଙ୍କୁ ରେଭନୁ୍ୟ ୱାଇଜ ନ କରି ପୂର୍ବରୁ କାର୍ଯ୍ୟ କରୁଥିବା ଆଞ୍ଚଳିକ ବ୍ୟବସ୍ଥାରେ କାମ କରିବାକୁ ଦାବି କରାଯାଇଥିବା ସୂଚନା ଦେଇଛନ୍ତି । ନୀଳଗିରି ବ୍ଲକ୍ ଜିପିଏଲ୍ଏଫ୍ ସଭାପତି ସେବାଶ୍ରୀ ବାରିକଙ୍କ ନେତୃତ୍ୱରେ ୫ଗୋଟି କ୍ୟାଡ଼ର ଯଥା ଏମବିକେ, ସିଆରପି, ବ୍ୟାଙ୍କମିତ୍ର, ପ୍ରାଣୀମିତ୍ର, କୃଷିମିତ୍ର ଏହି ଧାରଣାରେ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉର୍ବଶୀ ବେହେରା, ଯୋଗମାୟା ସାହୁ, ଗିତାରାଣୀ ଲେଙ୍କା ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ବ୍ଲକର ସମସ୍ତ ସପୋର୍ଟ ଷ୍ଟାଫ ସହଯୋଗ କରିବା ସହିତ ଧାରଣାରେ ସାମିଲ ହୋଇଥିଲେ ।
ବୋରିଗୁମ୍ମା : ରାଜ୍ୟ ମିଶନ ଶକ୍ତି ଆଲ ଓଡିଶା ଗ୍ରାମ ପଞ୍ଚାୟତସ୍ତରୀୟ କର୍ମଚାରୀ ସଂଘର ଆହ୍ୱାନ କ୍ରମେ ବୋରିଗୁମ୍ମା ବ୍ଲକ ମିଶନ ଶକ୍ତି କାର୍ଯ୍ୟାଳୟ ସମ୍ମୁଖରେ ଜିପିଏଲଏଫ୍ କର୍ମୀ ଧାରଣା ଦେଇଛନ୍ତି । ପଞ୍ଚାୟତସ୍ତରୀୟ କର୍ମଚାରୀ ସଂଘ ସଭାପତି ଭି. ପଦ୍ମିନୀଙ୍କ ନେତୃତ୍ୱରେ ଶତାଧିକ କର୍ମୀ ସ୍ଥାନୀୟ ଏନ୍ଏଚ ଡାକ ବଙ୍ଗଳା ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପହଞ୍ଚô ସ୍ଥାନୀୟ ଏବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ମୁଖ୍ୟ ଦାବି ଗୁଡିକ ମଧ୍ୟରେ ୬ମାସର ବକେୟା ଦରମା ପ୍ରଦାନ, କାର୍ଯ୍ୟ ଅନୁଯାଇ ବୋନସ ପରିବର୍ତ୍ତେ ସ୍ଥାୟୀ ଦରମା ପ୍ରଦାନ, ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଉ, କର୍ମୀଙ୍କ ନିଜ ଖାତାରେ ସିଧାସଳଖ ଜମା କରାଯାଉ, ରାଜସ୍ୱ ଗ୍ରାମ ଅନୁଯାୟୀ ପ୍ରୋତ୍ସାହନ ରାଶି ପ୍ରଦାନ ବନ୍ଦ କରାଯାଉ ଆଦି ପାଞ୍ଚ ଦଫା ଦାବି ପୂରଣ ନିମନ୍ତେ ଏମ୍ବିକେ, ବ୍ୟାଙ୍କ ମିତ୍ର, ସିଆରପିସିଏମ, କୃଷି ମିତ୍ର, ଓ ପ୍ରାଣ ମିତ୍ରମାନେ ସ୍ଥାନୀୟ ଜୀବିକା ମିଶନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିଥିବା ଦେଖିବାକୁ ମିଳିଥିଲା ।
ଖଇରା: ବିଭିନ୍ନ ଗ୍ରାମ ପଞ୍ଚାୟତସ୍ତରରେ ମିଶନ ଶକ୍ତି ଅଧିନରେ କାର୍ଯ୍ୟ କରୁଥିବା କମୁ୍ୟନିଟି ସପୋର୍ଟ ଷ୍ଟାଫ ବା ଗୋଷ୍ଠୀ ସହାୟିକା କର୍ମଚାରୀମାନେ ୬ମାସ ଧରି ପାରିଶ୍ରମିକ ନ ମିଳିବା ତଥା ସ୍ଥାୟୀ ଦରମା ଦାବିରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବାକୁ ଥିବା ଗଣଧାରଣା ସୋମବାର ଠାରୁ ଖଇରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ ହୋଇଛି । ଗ୍ରାମ ପଞ୍ଚାୟତସ୍ତରୀୟ ସଂଗଠନରେ କାର୍ଯ୍ୟ କରୁଥିବା ୩ଶହରୁ ଊଦ୍ଧ୍ୱର୍ ଷ୍ଟାଫ ସଭାପତି ନିରୁପମା ନାୟକ ଓ ସମ୍ପାଦକ ଭାନୁମତି ପଣ୍ଡାଙ୍କ ନେତୃତ୍ୱରେ ପ୍ରଥମେ ଦୁର୍ଗା ମଣ୍ଡପ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ବାହରି ବଜାର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚôଥିଲେ । ପରେ ମିଶନ ଶକ୍ତି କାର୍ଯ୍ୟାଳୟରେ ତାଲା ଦେଇ ଗଣଧାରଣାରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବସି ରହିଥିଲେ । ପରଫରମାନ୍ସ ବୋନସ ପ୍ରଦାନ ଭଳି ପ୍ରହସନ ବନ୍ଦ କରି ସ୍ଥାୟୀ ଦରମା ପ୍ରଦାନ କରାନଯିବା ପର୍ଯ୍ୟନ୍ତ ଧାରଣା ଚାଲୁରହିବ ବୋଲି ଆନେ୍ଦାଳନରତ ମହିଳା ମାନେ ଚେତାବନୀ ଦେଇଥିଲେ ।
ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ ଓଡ଼ିଶା ଜୀବିକା ମିଶନ ଅଫିସ ତତ୍ତ୍ୱାବଧାନରେ ପନ୍ଦରଟି ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ଗୋଷ୍ଠୀ ସହାୟକ କର୍ମଚାରୀ ସେମାନଙ୍କ ୬ମାସର ଦରମା ପ୍ରଦାନ ଦାବିରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ସେମାନେ ନିୟମିତ ଭାବେ ପ୍ରତ୍ୟେକ ମାସରେ ଦରମା ପାଇଁ ବାରମ୍ବାର ପ୍ରଶାସନକୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଦରମା ସମ୍ପର୍କିତ ସ୍ଥାୟୀ ସମାଧାନ କରା ନ ଗଲେ ତେନ୍ତୁଳିଖୁଣ୍ଟି ସ୍ଥିତ ଓଡ଼ିଶା ଜୀବିକା ମିଶନ କାର୍ଯ୍ୟାଳୟରେ ତାଲା ପକାଇ ବିଡ଼ିଓ କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । କଂଗ୍ରେସ ନେତା ତଥା ବ୍ଲକ କଂଗ୍ରେସ ସଭାପତି ପ୍ରହ୍ଲାଦ ହିଆଲ୍, ଭୀମସେନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଧାରଣାରେ ସାମିଲ ହୋଇଥିଲେ ।
ତାଳଚେର: ମହିଳାମାନଙ୍କୁ ସ୍ୱାବଲମ୍ବୀ ଓ ସଶକ୍ତିକରଣ କରିବା ନେଇ ପୂର୍ବ ସରକାର ସମୟରେ ମିଶନଶକ୍ତି ବିଭାଗର ଗୋଷ୍ଠୀ ସହାୟିକା (ସିଏସଏସ) ଏମାନଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି କରିଥିଲେ । ଯଥା ଏମ୍ବିକେ, ସିଆରପି, କୃଷିମିତ୍ର, ପ୍ରାଣିମିତ୍ର, ବ୍ୟାଙ୍କମିତ୍ର ଓ ଏମାନେ ବିଭିନ୍ନ ବିଭାଗରେ ରହି ଲୋକଙ୍କୁ ଉଚିତ ପରାମର୍ଶ ଦେଇ ଲୋକଙ୍କ ସେବା କରି ଆସଥିଲେ । ଏବଂ ଏହାକୁ ନେଇ ସରକାର ଏମାନଙ୍କୁ ନିର୍ଦ୍ଧାରିତ ଦରମା ପ୍ରଦାନ କରୁଥିଲେ । ମାତ୍ର ବିଡ଼ମ୍ବନାର ବିଷୟ ନୂତନ ସରକାର ଆସିବା ପରେ ଏମାନଙ୍କୁ ଅବହେଳା କରାଯାଇଥିବାକୁ ନେଇ ଆଜି ଠାରୁ ୭ଦଫା ଦାବିରେ ତାଳଚେର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆସନ୍ତା ୨୬ତାରିଖ ପର୍ଯ୍ୟନ୍ତ ଗଣଧାରଣା ଦେବେ ବୋଲି ସଂଘ ପକ୍ଷରୁ କୁହାଯାଇଛି । ୭ଦଫା ଦାବି ଗୁଡ଼ିକ ହେଲା ପୂର୍ବପରି ସ୍ଥାୟୀ ଦରମା, ସ୍ଥାୟୀ ନିଯୁକ୍ତି, ଆକଂଉଟ୍ ପେ’, ପରଫୋମାନର୍ସ ବନୋସ୍ ପ୍ରଦାନ ବନ୍ଦ କରିବା, ଛଅ ମାସର ବକେୟା ରାଶି ତୁରନ୍ତ ପ୍ରଦାନ କରିବା, କାର୍ଯ୍ୟ ଅନୁଯାୟୀ ବର୍ଦ୍ଧିତ ପାରିଶ୍ରମିକ ଇତ୍ୟାଦି ଅନ୍ତର୍ଭୁକ୍ତ ରହିଛି ।