ଜିଲାସ୍ତରୀୟ ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗିତା : ‘କାନେ୍ଦ ନା ଲୁହ ସରିଯିବ’ ବିଜୟୀ
ବାଲିକୁଦା: ବଡ଼ଚଣା ବ୍ଲକ ବାଲିପଡ଼ିଆରେ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ଉଦ୍ୟାପିତ ହୋଇଯାଇଛି । ବାଲିପଡ଼ିଆ ଯୁବକସଂଘର ୫୨ତମ ବାର୍ଷିକ ଉସôବ ପରିପ୍ରେକ୍ଷୀରେ ୩୯ତମ ଜିଲାସ୍ତରୀୟ ମୁକ୍ତମଂଚ ନାଟକ ପ୍ରତିଯୋଗିତାରେ ୬ଟି ନାଟ୍ୟ ସଂସଦ ଭାଗ ନେଇଥିଲା । ଧର୍ମଶାଳା ବ୍ଲକ କଂଟିଗଡ଼ିଆର ମଧୁକେଶ୍ୱର ନାଟ୍ୟ ପରିଷଦ ମଂଚସ୍ଥ ନାଟକ ‘କାନେ୍ଦ ନା ଲୁହ ସରିଯିବ’ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଦ୍ୱିତୀୟ ସ୍ଥାନ ବାଲିପଡ଼ିଆ ମା’ ଡ୍ରାମାଟିକ୍ କ୍ଲବ ତିଗିରିଆ ଦେକୁଡ଼ି ଦ୍ୱାରା ଆୟୋଜିତ ‘ହାଃ କୃଷ୍ଣ ବୋଲି ଯାଉ ଜୀବ’ ଓ ମା’ବାୟାଣି ଡ୍ରାମାଟିକ୍ କ୍ଲବ ସକୁନ୍ତଳାପୁରର ମଂଚସ୍ତ ନାକଟ ‘ଆଖି ଅବୁଝା କୁ ଲୁହ ଅବୁଝା’ ତୃତୀୟ ସ୍ଥାନ ଅଧିକାର କରିଥିଲା । ଉଦ୍ୟାପନ ଅବସରରେ ଆୟୋଜିତ ପୁରସ୍କାର ବିତରଣ ଉସôବରେ ବଡ଼ଚଣା ବିଡ଼ିଓ ରବୀନ୍ଦ୍ର କୁମାର ପ୍ରଧାନ, ବାଲିଚନ୍ଦ୍ରପୁରର ଥାନାଧିକାରୀ ସମରଜିତ୍ ନାୟକ ଅତିଥି ଭାବେ ଯୋଗଦେଇ ଉଦ୍ୟାପନ ଉସôବକୁ ଉଦଘାଟନ କରିଥିଲେ । ଯୁବକ ସଂଘର ସମ୍ପାଦକ ସୁବାଷ ଚନ୍ଦ୍ର ତ୍ରିପାଠୀଙ୍କ ସଂଚାଳନାରେ ଆୟୋଜିତ ଉସôବରେ ସଭାପତି ଦିଲୀପ କୁମାର ସାମଲ, ସାଂସ୍କୃତିକ ସମ୍ପାଦକ ଅନିରୁଦ୍ଧ ପ୍ରଧାନ, ସରପଂଚ କିଶୋର ଚନ୍ଦ୍ର ବେହୁରା, ଶିକ୍ଷାବିତ୍ ଉମାକାନ୍ତ ବଳ, ପୂର୍ବତନ ସରପଂଚ ଅନିରୁଦ୍ଧ ସାମଲ, ଚନ୍ଦ୍ରକାନ୍ତ ପ୍ରଧାନ, ସୁମନ୍ତ କୁମାର ଜେନା ପ୍ରମୁଖ ଯୋଗଦେଇ ନାଟ୍ୟ ପ୍ରତିଯୋଗିତା ଦ୍ୱାରା ବିଭିନ୍ନ ଅଞ୍ଚଳ ସହ ଭାଇଚାରା ସୃଷ୍ଟି ହେବା ସହ କଳା ଓ ସଂସ୍କୃତିକୁ କିପରି ଜୀବିତ ରଖାଯାଇପାରିବ ସେ ନେଇ ନିଜ ନିଜର ମତପୋଷଣ କରିଥିଲେ । ନାଟକ ପ୍ରତିଯୋଗିତାରେ କଂଟିିଗଡ଼ିଆର ଅରୁପାନନ୍ଦ ଜେନା ଶ୍ରେଷ୍ଟ ନାୟକ, ଶ୍ରେଷ୍ଟ ନାୟିକା ସନ୍ତୋଷୀ ପଣ୍ଡା, ଶ୍ରେଷ୍ଟ ପାଶ୍ୱର୍ନାୟିକା ସଂଜିତା ଦାସ, ସହପାଶ୍ୱର୍ ନାୟିକା ଗୀତା, ଶ୍ରେଷ୍ଟ ପାଶ୍ୱର୍ ଖଳନାୟକ ଉଦୟଭାନୁ ଦାସ, ଶ୍ରେଷ୍ଟ ଖଳନାୟିକା ଲକ୍ଷ୍ମୀପ୍ରିୟା ଶତପଥି, ଶ୍ରେଷ୍ଟ ହାସ୍ୟ ଅଭିନେତା ସୁଶାନ୍ତ କୁମାର ବାରିକ, ଶ୍ରେଷ୍ଟ ହାସ୍ୟ ଅଭିନେତ୍ରୀ ମାନା ସାହୁ, ଶ୍ରେଷ୍ଟ ନିଦେ୍ର୍ଦଶକ ଉଦୟଭାନୁ ଦାସ (କାନ୍ଦନା ଲୁହ ସରିଯିବ), ଶ୍ରେଷ୍ଟ ଗାୟକ ପୁରୁଷ (ରାଜା ବାବୁ), ଶ୍ରେଷ୍ଟ ସଂଗୀତ ନିଦେ୍ର୍ଦଶକ ପ୍ରତାପ ରୁଦ୍ର ବିଶ୍ୱାଳ ପ୍ରମୁଖ ବିବେଚିତ ହୋଇ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ସହ ନଗଦ ଅର୍ଥରାଶି ପୁରସ୍କାର ଭାବେ ଗ୍ରହଣ କରିଥିଲେ । ଅଜିତ୍ କୁମାର ପ୍ରଧାନ, ଗଗନ ବିହାରୀ ସ୍ୱାଇଁ, ରମେଶ କୁମାର, ଆଲୋକ ପ୍ରଧାନ, ସତ୍ୟବ୍ରତ ପ୍ରଧାନ, ପ୍ରମୋଦ ପ୍ରଧାନ, ମନୋଜ ସାମଲ, ପବିତ୍ର ବେହୁରା, ଚନ୍ଦ୍ରଶେଖର ବେହୁରା, ଦେବେନ୍ଦ୍ର ବେହୁରା, ମହେନ୍ଦ୍ର କୁମାର ସିଂହ, ସୂର୍ଯ୍ୟନାରାୟଣ ତ୍ରିପାଠୀ, ହରପ୍ରସାଦ ସାମଲ, ବିଜୟ କୁମାର ସାମଲ, ସୁନିଲ କୁମାର ମହାନ୍ତି ପ୍ରମୁଖ ନାଟକ ପ୍ରତିଯୋଗିତାରେ ସହଯୋଗ ପ୍ରଦାନ କରିଥିଲେ ।