ଭାଙ୍ଗିଲା ପୂଜା ମଣ୍ଡପ ଓ ସୁଭଦ୍ରା ମଞ୍ଚ
ାା ପ୍ରଭାନୁ୍ୟଜ୍ ।ା ନିଆଳି: ନିଆଳି କଣ୍ଟାପଡା ବ୍ଲକ୍ରେ ଗତ ସୋମବାର ଦିନ ରାତିରେ ପ୍ରକୃତି ରଚିଥିଲା ତାଣ୍ଡବ । ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡିରେ କମ୍ପିଥିଲା ଦୁଇଟି ବ୍ଲକ୍ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି କଣ୍ଟାପଡା ବ୍ଲକ୍ ପ୍ରଶାସନ ପକ୍ଷରୁ ଦିନରାତି ଲାଗି ଅଡଶପୁର ପଞ୍ଚାୟତ ବରାହୀପୁର ଖେଳ ପଡିଆରେ ସୁଭଦ୍ରା ଯୋଜନାର ବ୍ଲକ୍ସ୍ତରୀୟ କାର୍ଯ୍ୟକ୍ରମ ପାଇଁ କରାଯାଇଥିବା ମଞ୍ଚରେ ଖର୍ଚ୍ଚ ହୋଇଥିଲା ଲକ୍ଷାଧିକ ଟଙ୍କା । ରାତି ପାହିଲେ ହୋଇଥାନ୍ତା କାର୍ଯ୍ୟକ୍ରମ ହେଲେ ପ୍ରକୃତିର ତାଣ୍ଡବ ପାଇଁ ମଞ୍ଚ ପାଣିରେ ଭାସୁଥିବା ବେଳେ ଉପର ପାଲ ଉଡି ମଞ୍ଚ ଭାଙ୍ଗି ପଡିଥିଲା । ପ୍ରଶାସନ ସକାଳୁ ଦମ୍ ଦେଖାଇ ବାଗଲପୁର ପଞ୍ଚାୟତ ମଣ୍ଡପ ଆଗକୁ ସ୍ଥାନାନ୍ତରିତ କରି ଚାରି ଘଣ୍ଟା ମଧ୍ୟରେ କାମ ସାରି ଅନୁଷ୍ଠିତ ହୋଇଥିଲା ସୁଭଦ୍ରା କାର୍ଯ୍ୟକ୍ରମ । ଯାହାକୁ ନେଇ ସାରା କଣ୍ଟାପଡାରେ ଆଲୋଚନାର ଶିରୋନାମା ପାଲଟିଛି । ପ୍ରଶାସନର ଏଭଳି କାର୍ଯ୍ୟକ୍ରମ ପାଇଁ ପ୍ରଶଂସାରେ ପୋତିଛନ୍ତି ସାଧାରଣ ଜନତା । ସେହିଭଳି ନିଆଳି ବଜାରରେ ଅଟୋ ଷ୍ଟାଣ୍ଡ୍ ପକ୍ଷରୁ ବିଶ୍ୱକର୍ମା ପୂଜା ପାଇଁ କରାଯାଇଥିଲା ଟେଣ୍ଟ ତିଆରି ହୋଇଥିବାବେଳେ ଗତକାଲି ରାତିରେ ବର୍ଷା ପବନରେ ଭାଙ୍ଗି ପଡିଥିଲା । କିନ୍ତୁ ପ୍ରଭୁଙ୍କ ଇଛାରୁ ସୁରକ୍ଷିତ ରହିଥିଲେ ବିଶ୍ୱକର୍ମା ମୂର୍ତ୍ତି । ଏହି ଘଟଣାକୁ ନେଇ ନିଆଳି, କଣ୍ଟାପଡାରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକୃତି ଯେ କେତେବେଳେ କଣ ଘଟାଇବ ତାହା କହିବା ସମ୍ଭବ ନୁହେଁ ବୋଲି ସାଧାରଣରେ ଲୋକେ କହୁଛନ୍ତି ।