ବିଦ୍ୟାଳୟର ବାର୍ଷିକୋତ୍ସବ

 ଟମକା: ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟ ଟମକାର ୩୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଉତ୍ସବରେ ଟାଟାଷ୍ଟିଲ୍ ଫାଉଣ୍ଡେସନ ବ୍ରାହ୍ମଣୀପାଳ ଶାଖାମୁଖ୍ୟ ଜୟନ୍ତ କୁମାର ତ୍ରୀପାଠି, ମନ୍ତ୍ରୀଙ୍କ ପ୍ରତିନିଧି ପ୍ରଶାନ୍ତ କୁମାର ରାୟ, ସାମାଜିକ କର୍ମୀ ମଣ୍ଟୁ ଦାସ, ଟିଏସଏଫ କମୁ୍ୟନିଟି ଡେଭଲପମେଂଟ  ଅଧିକାରୀ ଇଶ୍ୱର ଚନ୍ଦ୍ର ପରିଡା, କିଆଝର ପଂଚାୟତ ରାଜଲକ୍ଷ୍ମୀ ମହାପାତ୍ର, ସମିତିସଭ୍ୟା ଗୌରୀ ମୁର୍ମୁୁ, ବରିଷ୍ଠ ଶିକ୍ଷାବିତ୍ ସହଦେବ ମହାନ୍ତ, ସାମ୍ବାଦିକ ଅବତାର ଅଲ୍ଲୀ, ନରୋତମ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ହୋଇଥିବା ବାର୍ଷିକ କ୍ରୀଡାରେ ଉତୀର୍ଣ୍ଣ କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ପୁରସ୍କାର ପ୍ରଦାନ କରିଥିଲେ । ପ୍ରଧାନଶିକ୍ଷକ ଇଶ୍ୱର ଚନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଶିକ୍ଷକ ବିରେନ୍ଦ୍ର ଦଳାଇ, ପ୍ରକାଶ ଚନ୍ଦ୍ର ଷଢଙ୍ଗି, ମନୋରଞ୍ଜନ ବେହେରା, ବିକାଶ ନାଏକ, ଦୈତାରି ସାହୁ, ସୁମନ୍ତ କୁମାର ମହାପାତ୍ର, ତନ୍ମୟ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।