ହୃଦ୍ଘାତରେ ଜଣଙ୍କ ମୃତୁ୍ୟ

 ବୈଶିଙ୍ଗା : ଡାହିବାଡ଼ି ସାପ୍ତାହିକ ହାଟରେ ପରିବା କିଣୁଥିବାବେଳେ ହୃଦଘାତରେ ଜଣଙ୍କର ମୃତୁ୍ୟ ହୋଇଛି । ଘଟଣାରୁ ପ୍ରକାଶ ଯେ,  କେନ୍ଦୁଆ ପଞ୍ଚାୟତର ମୋହନପୁର ଗ୍ରାମର ଶୁକ୍ରା ସିଂଙ୍କ ପୁତ୍ର ଗୁମ ସିଂ (୫୦) ତାହିବାଡ଼ି ହାଟକୁ ସଉଦା କିଣିବାକୁ ଯାଇଥିଲେ ।  ପରିବା କିଣୁଥିବା ବେଳେ ହଠାତ୍ ମୁହଁମାଡ଼ି ତଳେ ପଡିଯାଇଥିଲେ । ସଙ୍ଗେ ସଙ୍ଗେ ଅନ୍ୟ ଦୋକାନୀଙ୍କ ସହାୟତାରେ ତାଙ୍କୁ ବୈଶିଙ୍ଗା ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଖବର ପାଇ ଗ୍ରାମବାସୀଙ୍କ ସମେତ ସ୍ତ୍ରୀ  ଓ ଏକ ମାତ୍ର ଝିଅ ବୈଶିଙ୍ଗା ଡାକ୍ତରଖାନାରେ ପହଞ୍ଚିଥିଲେ । ବୈଶିଙ୍ଗା ଥାନାରେ ଏ ନେଇ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାଯାଇଛି ।