ଜିଲାସ୍ତରୀୟ ସ୍କାଉଟ୍ ଏବଂ ଗାଇଡ କ୍ୟାମ୍ପୋରୀ ଉଦଘାଟିତ

 ଯାଜପୁର ଟାଉନ: ଯାଜପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲାସ୍ତରୀୟ ସ୍କାଉଟ୍ ଗାଇଡ କ୍ୟାମ୍ପୋରୀ ଉଦଘାଟନୀ ଉସôବ ପାଳିତ ହୋଇଯାଇଛି । ଯାଜପୁର ସାଂସଦ ଡ.ରବୀନ୍ଦ୍ର ନାରାୟଣ ବେହେରା ଯୋଗଦେଇ ଉସôବକୁ ଉଦ୍ଘାଟନ କରିଥିଲେ । ଜିଲା ଭାରତ ସ୍କାଉଟ୍ ଗାଇଡର ମୁଖ୍ୟ କମିଶନର ତଥା ଜିଲା ଶିକ୍ଷାଧିକାରୀ ନିତ୍ୟାନନ୍ଦ ବାରିକ ସଭାପତିତ୍ୱ କରିଥିଲେ । ଜିଲ୍ଲା ସ୍କାଉଟ୍ ଏବଂ ଗାଇଡ ସମ୍ପାଦକ ମ୍ଭୁନାଥ ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ । ଜିଲ୍ଲା ଗାଇଡ କମିଶନର ତଥା ଯାଜପୁର ମଣ୍ଡଳ ଶିକ୍ଷାଧିକାରୀ ସ୍ମୃତିରେଖା ନାୟକ, ଜିଲ୍ଲା କମିଶନର ତଥା ଜିଲ୍ଲା ସ୍କୁଲର ପ୍ରଧାନଶିକ୍ଷକ ଆଲୋକ କୁମାର ବନ୍ଧ, ଜିଲ୍ଲା କମିଶନର ସ୍କାଉଟ୍ ରବି ପ୍ରସାଦ ସାମଲ, ଜିଲ୍ଲା ମୁଖ୍ୟାଳୟ କମିଶନର ବିଶ୍ୱମ୍ବର ମିଶ୍ର, ମିହିର ରଞ୍ଜନ ନାୟକ ଯୋଗ ଦେଇଥିଲେ । ଜହିରୁଦ୍ଦିନ୍ ଖାଁ, ଉପେନ୍ଦ୍ର କୁମାର ବେହେରା, ଜିଲ୍ଲା ସଂଯୋଜକ ଅବିନାଶ ଖୁଂଟିଆ ଏବଂ ନିରଞ୍ଜନ ଶତପଥୀ ସଭା ପରିଚାଳନା କରିଥିଲେ । ଉସôବରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରଧାନ ଶିକ୍ଷକ, ୫୨ଜଣ ସ୍କାଉଟ୍ ମାଷ୍ଟର ଓ ଗାଇଡ ଉଦ୍ଘାଟନ ଏବଂ ୬୫୨ଜଣ ସ୍କାଉଟ୍ ଓ ଗାଇଡସ୍ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ସହଯୋଗ କରିଥିଲେ । ଉକ୍ତ ଉସôବରେ ମୁଖ୍ୟ ଅତିଥି ଉପସ୍ଥିତ ସ୍କାଉଟ୍ ଓ ଗାଇଡମାନଙ୍କୁ ବିଭିନ୍ନ ଉପାଦେୟ ବାର୍ତା ପ୍ରଦାନ କରିଥିଲେ । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଯାଜପୁରର ପ୍ରଧାନ ଶିକ୍ଷୟତ୍ରୀ ଜୟଶ୍ରୀ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।