କଲେଜର ବାର୍ଷିକୋତ୍ସବ

କୁଆଖିଆ: ଉପେନ୍ଦ୍ରନାଥ ସାରଦା ମହାବିଦ୍ୟାଳୟ ଓ ହାଇସ୍କୁଲର ୪୫ତମ ବାର୍ଷିକୋତ୍ସବ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କୋରେଇ ବିଧାୟକ ଆକାଶ ଦାସ ନାୟକ ଉସôବକୁ ଉଦ୍ଘାଟନ କରିବା ସହିତ ଗତ ୫ବର୍ଷର ବ୍ୟବଧାନ ମଧ୍ୟରେ ମହାବିଦ୍ୟାଳୟର ବିକାଶ ପରିବର୍ତ୍ତେ ଅବନତି ଦେଖି ଦୁଃଖ ପ୍ରକାଶ କରିଥିଲେ । ଛାତ୍ର ସଂସଦର ନେତା କିର୍ତିରଂଜନ ଲେଙ୍କା କଲେଜର ଶ୍ରେଣୀ ଗୃହ, ଶୈାଚାଳୟ, ଖେଳପଡିଆ, କଲେଜ୍ର ମୁଖ୍ୟ ତୋରଣ, ପରିଚାଳନା କମିଟି ଗଠନ, ବିଦ୍ୟାଳୟ ସମ୍ମୁଖରେ ଯାଇଥିବା ୨୦ନଂ ରାଜପଥ ଉପରେ ଓଭରବ୍ରିଜ୍ ସହିତ କଲେଜ୍ର ଉନ୍ନୟନ ମୂଳକକାର୍ଯ୍ୟ ପାଇଁ ଖର୍ଚ୍ଚ ନହୋଇ ପଡି ରହିଥିବା ଅର୍ଥକୁ ବିନିଯୋଗ ନିମନ୍ତେ ଦାବି ରଖିଥିଲେ । ଏହି ଦାବି ଗୁଡିକୁ ଖୁବ୍ଶିଘ୍ର ପୁରଣ କରି ମହାବିଦ୍ୟାଳୟକୁ ଏକ ଆଦର୍ଶ ଏବଂ ମଡେଲ ବିଦ୍ୟାଳୟ ଭାବରେ ଗଢିବାକୁ ପ୍ରତିଶ୍ରୁତି ଦେବା ସହିତ ଆସନ୍ତା ବର୍ଷ ମହାବିଦ୍ୟାଳୟର ସ୍ୱର୍ଣ୍ଣଜୟନ୍ତୀ ଉସôବ ମହା ସମାରୋହରେ ପାଳନ କରିବା ପାଇଁ ସମସ୍ତ ସହଯୋଗ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଡ. ବିକ୍ରମ କେଶରୀ ଜେନା, ମୁଗପାଳ ସରପଞ୍ଚ ପ୍ରଜ୍ଞାପରମିତା ମଲିକ୍, ସମିତିସଭ୍ୟ ନରୋତମ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଶିଶିର କୁମାର ନାୟକ, ପ୍ରହଲ୍ଲାଦ ପଣ୍ଡା ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ଅଧ୍ୟ୍ୟାପିକା କାଦମ୍ବିନୀ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଛାତ୍ର ବିଶ୍ୱରଞ୍ଜନ ସାହୁ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ କଲେଜର ବାର୍ଷିକ କ୍ରିଡ଼ାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଉସôବକୁ ଅଧ୍ୟାପକ ସିଦ୍ଧାର୍ଥ ଶଙ୍କର ରଥ ପରିଚାଳନା କରିଥିବାବେଳେ, କଲେଜ ଏବଂ ହାଇସ୍କୁଲର ସମସ୍ତ ଅଧ୍ୟାପକ, ଅଧ୍ୟ୍ୟାପିକା ଏବଂ କର୍ମଚାରୀ ସହଯୋଗ କରିଥିଲେ । ଅଧ୍ୟାପକ ପ୍ରଦୀପ ପରିଡା ଧନ୍ୟବାଦ୍ ଅର୍ପଣ କରିଥିଲେ ।