ଦୋକାନରୁ ଚୋରି ଅଭିଯୋଗ

 ପାଣିକୋଇଲି : ଶୁକ୍ରବାର ରାତିରେ ମାଳଆନନ୍ଦପୁର ପଂଚାୟତର ମାଧପୁର ଗ୍ରାମରେ ଥିବା ଦୁଇଟି ତେଜରାତି ଦୋକାନରୁ ଦୁର୍ବୁତ ତାଲା ଭାଙ୍ଗି ଚୋରି କରି ନେଇଛନ୍ତି । ଦୁଇ ଦୋକାନୀ ମାଲିକ କାର୍ତିକ ସାହୁ ଓ ଯଦୁମଣୀ ମହାନ୍ତି ପାଣିକୋଇଲି ଥାନାରେ ଅଭିଯୋଗ କରିଛନ୍ତି । ଶୁକ୍ରବାର ରାତିରେ ଦୁଇ ଦୋକାନୀ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ଶନିବାର ସକାଳୁ ଆସି ଦେଖିବା ବେଳକୁ ଦୁଇ ଦୋକାନର ତାଲା ଭଙ୍ଗା ଯାଇଥିବା ବେଳେ ଚୋରି ହାଇଥିବାର ଦେଖି ଥାନାରେ ଅଭିଯୋଗ କରିଥିଲେ ।