ଜିଲ୍ଲା ବାର୍ ଆସୋସିଏସନ୍ ନିର୍ବାଚନ: ଗୋବର୍ଦ୍ଧନ ସଭାପତି, ନୃସିଂହ ଚରଣ ସମ୍ପାଦକ

 ନୂଆଦିଲ୍ଲୀ: ରାସ୍ତାଘାଟ ଛାରଖାର । ଖସିପଡ଼ିଛି ବ୍ରିଜ୍ । ଧ୍ୱସ୍ତବିଧ୍ୱସ୍ତ ବିଲ୍ଡିଂ । ନିଜ ସମ୍ପର୍କୀୟଙ୍କୁ ହରାଇ ଦୁଃଖରେ ମ୍ରିୟମାଣ ହୋଇପଡ଼ିଛନ୍ତି ଲୋକେ  । ପାଉଁଶ ଗଦାରୁ ଧନ ଖୋଜିବା ଭଳି କିଏ ବିଲ୍ଡିଂ ପଥର ଟେକି ନିଜ ପ୍ରିୟଜନଙ୍କୁ ଖୋଜୁଛି ତ ଆଉ କିଏ ଭଙ୍ଗା ଛାତର ଚାରିପାଖ ବୁଲି ଆତ୍ମୀୟଙ୍କୁ ବାହୁନି କାନ୍ଦୁଛନ୍ତି  । ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ଗତକାଲି ୭.୭ ତୀବ୍ରତାର ବଡ଼ ଭୂକମ୍ପ ଝଟକା ପାଇଥିବା ମିଅାଁମାର ଓ ଥାଇଲାଣ୍ଡରେ ଆଜି ଏପରି ବିକଳ ଦୃଶ୍ୟ ବିଶ୍ୱବାସୀଙ୍କୁ ସ୍ତବ୍ଧ କରିଛି  । ଗତକାଲି ଏ ମୃତୁ୍ୟର ତାଣ୍ଡବରେ ମିଅାଁମାର୍ରେ ୧୬୦୦ରୁ ଊଦ୍ଧ୍ୱର୍ ଲୋକଙ୍କ ମୃତୁ୍ୟ ହୋଇଥିବା ବେଳେ ୩୪୦୦ରୁ ଊଦ୍ଧ୍ୱର୍ ଲୋକ ଆହତ ହୋଇଥିବା ମିଆଁମାର ସରକାରଙ୍କ ପକ୍ଷରୁ କୁହାଯାଇଛି । ସେପଟେ କିନ୍ତୁ ଆମେରିକାର ଭୂତତ୍ୱ ସର୍ବେକ୍ଷଣ ସଂସ୍ଥା (ୟୁଏସ୍ଜିଏସ୍) ଏହି ମୃତୁ୍ୟ ସଂଖ୍ୟା ୧୦ହଜାର ପାର୍ କରିଛି ବୋଲି ଦାବି କରିଛି । ଅପରପକ୍ଷେ ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ଆଜି ପୁଣିଥରେ ୫.୧ ତୀବ୍ରତାରେ ଥରିଛି ମିଅାଁମାର୍ ରାଜଧାନୀ ନାପିଡୋ । ନାପିଡୋ ସମେତ ୨ କିମି ପର୍ଯ୍ୟନ୍ତ ଆଖପାଖ ଅଞ୍ଚଳ ମଧ୍ୟ ଥରି ଉଠିଥିଲା । ଗତକାଲିର ଏତେବଡ଼ ଭୂକମ୍ପ ଭୟ ମନରୁ ନ ଲିଭୁଣୁ ପୁଣି ଏକ ଝଟକାକୁ ନେଇ ଲୋକେ ଆତଙ୍କିତ ହୋଇଛନ୍ତି । ଲୋକେ  ଘରଦ୍ୱାର ଛାଡ଼ି ବାହାରକୁ ଚାଲିଆସିଥିଲେ ।
ଏହାରି ମଧ୍ୟରେ ବିଶ୍ୱ ସମୁଦାୟରୁ ଏବେ ମିଅାଁମାରକୁ ସହାୟତା ଯୋଗାଣ ଆରମ୍ଭ ହୋଇଛି । ଏହି କ୍ରମରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମିଅାଁମାର ଆର୍ମି ଜେନେରାଲ ମିନ୍ ଅଙ୍ଗ୍ ଲେଙ୍ଗ୍ଙ୍କ ସହ କଥା ହୋଇ ବିପର୍ଯ୍ୟୟ  ପାଇଁ ଦୁଃଖ ପ୍ରକାଶ କରିବା ସହ ବିପୁଳମାତ୍ରାରେ ସହାୟତା ଯୋଗାଣ ଆରମ୍ଭ କରିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଦେ୍ର୍ଦଶ କ୍ରମେ ଆରମ୍ଭ ହୋଇଛି ‘ଅପରେସନ୍ ବ୍ରହ୍ମା’ । ଏହି ଅପରେସନ୍ ଜରିଆରେ ପ୍ରଥମ ପର୍ଯ୍ୟାୟରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ମିଅାଁମାରକୁ ୧୫ ଟନ୍ର ରିଲିଫ୍ ଯୋଗାଣ କରାଯାଇଛି । ବିଭିନ୍ନ ଖାଦ୍ୟ ସାମଗ୍ରୀ ସହ ଅତ୍ୟାବଶ୍ୟକ ଜିନିଷ ମଧ୍ୟରେ ସୋଲାର୍ ଲାଇଟ୍, ରୋଷେଇ ସାମଗ୍ରୀ ଆଦିକୁ ପ୍ରେରଣ କରାଯାଇଛି । ସେହିପରି ଉଦ୍ଧାର କାର୍ଯ୍ୟ ପାଇଁ ଭାରତ ପକ୍ଷରୁ  ୮୦ଜଣ ଏନ୍ଡିଆର୍ଏଫ୍ ଦଳ ସେଠାରେ ନିୟୋଜିତ ହୋଇ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ସେପଟେ ନୌସେନା ପକ୍ଷରୁ ମଧ୍ୟ ରିଲିଫ୍ ଯୋଗାଣ କରାଯାଇଛି । ଆଇଏନ୍ଏସ୍ ସତପୁରା ଏବଂ ଆଇଏନ୍ଏସ୍ ସାବିତ୍ରୀ ଆଦି ଦୁଇଟି ନୌସେନା ଜାହାଜରେ ୪୦ଟନ୍ ରିଲିଫ୍ ପଠାଯାଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ।  ସେହିପରି ଭାରତ ସମେତ ରୁଷ୍, ଚୀନ, ଆମେରିକା, ବ୍ରାଜିଲ ଭଳି ଦେଶମାନେ ମଧ୍ୟ ବିପୁଳ ସହାୟତା ଯୋଗାଣ କରିଛନ୍ତି । 
ସେପଟେ ଥାଇଲାଣ୍ଡରେ ଦେଖିବାକୁ ଗଲେ ସବୁଠୁ ଚର୍ଚ୍ଚାରେ ଥିଲା ବ୍ୟାଙ୍କକ୍ରେ ଭୁଶୁଡ଼ିଥିବା ଉଚ୍ଚତମ ଅଟ୍ଟାଳିକା । ବିଭିନ୍ନସ୍ଥାନରେ ୨୦୦୦ରୁ ଊଦ୍ଧ୍ୱର୍ ନିର୍ମାଣାଧୀନ ତଥା ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା କୋଠାଗୁଡ଼ିକ ଭୁଶୁଡ଼ି ପଡ଼ିଥିବା କହିଛନ୍ତି ବ୍ୟାଙ୍କକ ରାଜ୍ୟପାଳ ଚଦ୍ଚାର୍ଟ ସିତିପୁନ୍ତ । ୧୫ଟି ଭିନ୍ନ ଭିନ୍ନ ସ୍ଥାନରେ ୪୦ରୁ ଊଦ୍ଧ୍ୱର୍ ଲୋକ ଭଙ୍ଗାଛାତ ତଳେ ଚାପି ହୋଇ ରହିଥିବା ସୂଚନା ଦିଆଯାଇଛି । ତେବେ ମିଅାଁମାରରେ ଦୀର୍ଘଦିନ ଧରି ଗୃହଯୁଦ୍ଧ ଲାଗି ରହିଥିବା ବେଳେ ଏହି ଅଶାନ୍ତି ମଧ୍ୟରେ ସୃଷ୍ଟି ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟରେ ଆଉଟୁପାଉଟୁ ହେଉଛନ୍ତି ସାଧାରଣ ଜନତା । ଭୂକମ୍ପ ଯୋଗୁ ଏବେ ଦେଶର ବିଭିନ୍ନ ସ୍ଥାନରେ ଜଳାଭାବ ଉକ୍ରଟ ପରିସ୍ଥିତି ଦେଖିବାକୁ ମିଳିଛି । ଏଣୁ ଏହି ବିପର୍ଯ୍ୟୟରୁ ମୁକୁଳିବା ପାଇଁ ମିଅାଁମାରର୍ ଜନତା ମୁଖ୍ୟ ମିନ୍ ଅଙ୍ଗ ଲେଙ୍ଗ୍ ବିଶ୍ୱ ସମୁଦାୟ ଠାରୁ ସହାୟତା ଲୋଡ଼ିଛନ୍ତି । ବିଶ୍ୱର ଯେକୌଣସି ରାଷ୍ଟ୍ର, ଏନ୍ଜିଓ କିମ୍ବା ଅନ୍ୟ କୌଣସି ସଂଗଠନ ସହାୟତା ଯୋଗାଇ ଦେବାକୁ ସେ ବିଶ୍ୱବାସୀଙ୍କୁ ଅନୁରୋଧ କରିଛନ୍ତି । ମିଅାଁମାର ଇତିହାସରେ ଦେଖିବାକୁ ଗଲେ ଏହା ପୂର୍ବରୁ ମଧ୍ୟ ଦେଶ ବଡ଼ ଭୂକମ୍ପର ସାମ୍ନା କରିଥିଲା । ୧୯୪୬ରେ ସମାନ ତିବ୍ରତା ୭.୭ର ଏବଂ ୨୦୧୨ରେ ୬.୮ ତୀବ୍ରତାର ବଡ଼ ଭୂକମ୍ପ ହୋଇସାରିଛି । ଏଥିଯୋଗୁ ବହୁ ଧନ ଜୀବନ କ୍ଷତିଗ୍ରସ୍ତ ହୋଇଥିଲା  ।