ସନ୍ତୋଷ ସଭାପତି ଓ ସୂର୍ୟ୍ୟକାନ୍ତ ସମ୍ପାଦକ
ଭଦ୍ରକ: ଭଦ୍ରକ ଓକିଲ ସଂଘର ବିଭିନ୍ନ ପାଦପଦବୀ ପାଇଁ ଆସନ୍ତା ଆଜି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଭୋଟ ଗ୍ରହଣ ସକାଳ ୭ଟା ୩୦ରୁ ଅପରାହ୍ନ ୩ ଟା ଯାଏ ଚାଲିଥିଲା । ତେବେ ଅପରାହ୍ନ ୪ ଟାରୁ ଗଣତି ଆରମ୍ଭ ହୋଇ ଏହା ସାନ୍ଧ୍ୟ ୮ଟାରେ ଶେଷ ହୋଇଛି । ଭଦ୍ରକର ଓକିଲ ସଙ୍ଘରେ ମୋଟ ୯୧୫ ଜଣ ଓକିଲଙ୍କ ନାମ ଭୋଟର ଲିଷ୍ଟରେ ତାଲିକା ଭୁକ୍ତ ହୋଇ ଥିଲେ ବି ସେମାନଙ୍କ ମଧ୍ୟରୁ ୪୪ ଜଣ ମୃତୁ୍ୟ ବରଣ କରି ଥିବାରୁ ମୋଟ ୮୭୧ ଜଣ ଭୋଟରଙ୍କ ନାମ ତାଲିକା ଭୁକ୍ତ ଥିଲା । ସେଥିରୁ ମୋଟ ୭୬୧ ଜଣ ମତ ଦାନ କରିଛନ୍ତି । ସଭାପତି ପଦବୀ ପାଇଁ ପୂର୍ବରୁ ସଂପାଦକ ଥିବା ସନ୍ତୋଷ ଆଚାର୍ୟ୍ୟ ମୋଟ ୫୪୨ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିବା ବେଳେ ତାଙ୍କୁ ପ୍ରତିଦ୍ୱନ୍ଦିତା କରୁଥିବା ରଞ୍ଜନ ନାୟକ ମୋଟ ୨୦୨ ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି । ସଂପାଦକ ପାଇଁ ଗତଥର ଏହି ପଦବୀରେ ଥିବା ସୂର୍ୟ୍ୟକାନ୍ତ କୁଆଁର ମୋଟ ୪୦୫ ଖଣ୍ଡ ଭୋଟ ପାଇ ଥିବା ବେଳେ ତାଙ୍କୁ ଗୋପବନ୍ଧୁ ଦାସ କଡା ଟକ୍କର ଦେଇ ମୋଟ ୧୯୪ ଖଣ୍ଡ ଭୋଟ ପାଇଥିଲେ । ଅନ୍ୟତମ ସଂପାଦକ ପ୍ରାର୍ଥୀ ସୌମଭ ଦେ ମୋଟ ୧୫୪ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ଉପସଭାପତି ଭାବରେ ଅଶୋକ ନାୟକ ୨୨ ଖଣ୍ଡ ଭୋଟରେ ମନୋରଞ୍ଜନ ଦାସଙ୍କୁ ପରାଜିତ କରିଛନ୍ତି । ତାଙ୍କୁ ପ୍ରତିଦ୍ୱନ୍ଦିତା କରୁଥିବା ମନୋରଞ୍ଜନ ଦାସ ଓ କମଳିନି ନାୟକ ପରାଜିତ ହୋଇଛନ୍ତି । ଯୁଗ୍ମ ସମ୍ପାଦକ ଭାବରେ ନିକୁଞ୍ଜ ପୁହାଣ ୩୭୨ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି ତାଙ୍କୁ ପ୍ରତିଦ୍ୱନ୍ଦିତା କରି ଥିବା ବିଶ୍ୱପ୍ରକାଶ ଜେନା ମୋଟ ୩୪୪ ଖଣ୍ଡ ଭୋଟ ପାଇଛନ୍ତି ।
ଲାଇବ୍ରେରୀ ସଂପାଦକ ଭାବରେ ବିଶ୍ୱଜିତ ରାଉତ ମୋଟ ୪୫୨ ଖଣ୍ଡ ଭୋଟ ପାଇ ଜୟଯୁକ୍ତ ହୋଇଥିବା ବେଳେ ଉମାକାନ୍ତ ସେଠି ୨୬୯ ଖଣ୍ଡ ଭୋଟ ପାଇଛନ୍ତି । କୋଷାଧ୍ୟକ୍ଷ ପଦବୀରେ ସୁରେନ୍ଦ୍ର କର ୨୯ ଖଣ୍ଡ ଭୋଟ ପାଇ ଜୟଯୁକ ହୋଇଛନ୍ତି । ୩ ଜଣ କାର୍ୟ୍ୟକାରିଣୀ ସଦସ୍ୟ ପଦବୀ ପାଇଁ ଦେବବ୍ରତ ମହାପାତ୍ର, ମାନସ ରଞ୍ଜନ ଦାସ, ସଞ୍ଜୟ ନାୟକ ଜୟଯୁକ୍ତ ହୋଇଛନ୍ତି । ଆଇନଜୀବୀମାନଙ୍କ ମଙ୍ଗଳ, ଉନ୍ନୟନ, ସମ୍ମାନ ବଜାୟ ରଖିବା ସହ ଓକିଲ ସଂଘର ଐତିହ୍ୟ ବଜାୟ ରଖିବେ ବୋଲି ନବନିର୍ବାଚିତ ସଭାପତି ସନ୍ତୋଷ ଆଚାର୍ୟ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ।