ଜିଲ୍ଲାପାଳ ଓ ଏସ୍ପିଙ୍କୁ ନେଇ ବୈଠକ ଚିହ୍ନଟ ହେବ ବାଲି ଓ କଳାପଥରର ନୂତନ ଉସବ

 ଭୁବନେଶ୍ୱର : ଗୁରୁବାର ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନେଇ ଏକ ଗରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ବୈଠକରେ ମୁଖ୍ୟ ଶାସନ ସଚିବ ଗତ ଡିସେମ୍ବର ୨୦୨୪ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ମୁଖ୍ୟ ଶାସନ ସଚିବମାନଙ୍କ ୪ର୍ଥ ଜାତୀୟ ସମ୍ମିଳନୀ, ଗତ ନଭେମ୍ବର-ଡିସେମ୍ବରରେ ଭୁବନେଶ୍ୱରରେ ଅନୁଷ୍ଠିତ ତିନିଦିନିଆ ଡିଜିପି-ଆଇଜିପି ସମ୍ମିଳନୀରେ ନିଆଯାଇଥିବା ନିଷ୍ପତ୍ତିର ଜିଲ୍ଲା ସଂପର୍କିତ କାର୍ଯ୍ୟକାରିତା ସଂପର୍କରେ ଆଲୋଚନା କରିଥିଲେ । ଅନୁଷ୍ଠିତ ଡିଡିପି-ଆଇଜିପି ସମ୍ମିଳନୀରେ ପ୍ରସ୍ତାବିତ ୧୦୮ଟି ବିଭିନ୍ନ ପ୍ରସ୍ତାବର କାର୍ଯ୍ୟକାରିତା ସଂପର୍କରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା । ବୈଠକରେ ରାଜ୍ୟ ପୁଲିସ ମହାନିଦେ୍ର୍ଦଶକ ୱାଇବି ଖୁରାନିଆ ରାଜ୍ୟରେ ନୂତନ ଅପରାଧକ ଆଇନ୍ର କାର୍ଯ୍ୟକାରିତା ସଂପର୍କରେ ଆଲୋକପାତ କରିଥିଲେ । ବୈଠକରେ ରାଜ୍ୟରେ ସମସ୍ତ ବେଆଇନ ଖଣି ଖନନ ଓ ପରିବହନକୁ ରୋକିବା ପାଇଁ ପ୍ରବର୍ତନ ଅଭିଯାନକୁ ବ୍ୟାପକ କରିବାକୁ ସମସ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକମାନଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା । ଉପଖଣ୍ଡସ୍ତରୀୟ ଟିମ୍ ଏବଂ ରାଜସ୍ୱ, ଖଣି, ପୋଲିସ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କୁ ନେଇ ଗଠିତ ତହସିଲସ୍ତରୀୟ ଟିମ୍ ପ୍ରବର୍ତ୍ତନ କାର୍ଯ୍ୟ କରିବେ । ବାଲି, କଳାପଥର ଆଦିର ନୂତନ ଉସô ଗୁଡ଼ିକର ସର୍ଭେ କରି ଚିହ୍ନଟ କରିବାକୁ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ପ୍ରତ୍ୟେକ ଜିଲ୍ଲାକୁ ସେମାନଙ୍କର ବର୍ତ୍ତମାନର ଉସôର ୧୫୦ ଗୁଣ ନୂତନ ଉସô ଚିହ୍ନଟ କରିବାକୁ ପରାମର୍ଶ ଦିଆଯାଇଥିଲା । ବୈଠକରେ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କ ସମେତ ରାଜ୍ୟ ପ୍ରଶାସନ ଏବଂ ପୁଲିସ୍ ପ୍ରଶାସନର ବରିଷ୍ଠ ପଦାକାରୀ, ବିଭିନ୍ନ ରେଞ୍ଜର ଆଇଜି ଏବଂ ଡିଆଇଜିମାନେ ଯୋଗ ଦେଇଥିଲେ ।