ସେଞ୍ଚୁରିଅନର "ନେତ୍ର ଯାତ୍ରା ସେବା’
ଜଟଣୀ : ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାର ଆଧ୍ୟାତ୍ମିକ ମାନସିକତା ସହ ସାମଞ୍ଜସ୍ୟ ରଖି ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ୍ ପାରାମେଡିକ୍ସ ଏବଂ ଏଲାଇଡ୍ ହେଲ୍ଥ ସାଇନ୍ସେସ୍ ଓ ହେଲ୍ପ ଫାଉଣ୍ଡେସନ୍ ମିଳିତ ଭାବେ "ନେତ୍ର ଯାତ୍ରା ସେବା’ ଆରମ୍ଭ କରିଛନ୍ତି । ବଡ଼ଦଣ୍ଡରେ ଆୟୋଜିତ ଏହି ଶିବିରରେ ନିଶୁଳ୍କ ଚକ୍ଷୁ ପରୀକ୍ଷା ଓ ଚଷମା ବଣ୍ଟନ ସେବା ଦିଆଯାଇଥିଲା । ୫୦୦ରୁ ଅଧିକ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ଏହି ସେବାରୁ ଲାଭାନ୍ୱିତ ହୋଇଛନ୍ତି । ଏପରି ଧାର୍ମିକ ଉତ୍ସବରେ ଚକ୍ଷୁ ସେବା ପ୍ରଦାନକୁ ନେଇ ଶ୍ରଦ୍ଧାଳୁମାନେ ସୋଫାସ୍ର ନିଦେ୍ର୍ଦଶକ ପ୍ରଫେସର୍ ଏସ୍କେ ଝାଙ୍କ ନେତୃତ୍ୱାଧୀନ ଦଳ ପ୍ରତି କୃତଜ୍ଞତା ଜଣାଇଛନ୍ତି ।