ନିମାପଡ଼ା-ବଳଙ୍ଗା ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ
ନିମାପଡ଼ା : ନିମାପଡା-ବଳଙ୍ଗା ୧୪କିମି ରାସ୍ତା ୩୬କୋଟି ଟଙ୍କା ବ୍ୟୟ ବରାଦ କରାଯାଇ ଉନ୍ନତି କରଣ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଏହି ରାସ୍ତା ନିର୍ମାଣ ସମାପ୍ତ ହେଲେ ନିମାପଡାରୁ ବଳଙ୍ଗା ପ୍ରାୟ ୧୪ କିଲୋମିଟର ରାସ୍ତାରେ ଜନସାଧାରଣଙ୍କ ଗମନାଗମନ ସୁଗମ ହେବ ବୋଲି ଉପମୁଖ୍ୟ ମନ୍ତ୍ରୀ କହିଛନ୍ତି । ପରେ ବ୍ଲକ ସମ୍ମିଳନୀ କକ୍ଷରେ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୬୫ଟି ଉଚ୍ଚ ବିଦ୍ୟାଳୟ ଏବଂ ୨ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ବୈଠକରେ ଶିକ୍ଷାନୁଷ୍ଠାନ ଗୁଡିକର ପ୍ରଧାନ ଶିକ୍ଷକ ମାନଙ୍କ ଉପସ୍ଥିତିରେ ବିଦ୍ୟାଳୟଗୁଡିକର ଭିତ୍ତିଭୂମି, ଛାତ୍ରଛାତ୍ରୀଙ୍କ ପାଠପଢା ଏବଂ ସହପାଠ୍ୟ କାର୍ଯ୍ୟକ୍ରମ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଏହି ଅବସରରେ ଶିକ୍ଷାନୁଷ୍ଠାନ ଗୁଡିକର ସାମଗ୍ରିକ ବିକାଶ ଏବଂ ଶିକ୍ଷାର ମାନ ବୃଦ୍ଧି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ନିମାପଡା ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ନିମାପଡା ଶିକ୍ଷା ମଣ୍ଡଳ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକମାନଙ୍କ ଅବଦାନ ପ୍ରତି କୃତଜ୍ଞତା ଜଣାଇବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।