ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି
ଜଟଣୀ : ଜଟଣୀ ବ୍ଳକ ଅନ୍ତର୍ଗତ ପ୍ରଧାନ ସାହି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ଉପସ୍ଥିତିରେ ଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ସମୁଦାୟ ୪୪ଟି ଲିଖିତ ଅଭିଯୋଗ ଗ୍ରହଣ କରାଯାଇଥିଲା । ଏଥିରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, ଜୟନ୍ତୀ ଛୋଟରାୟ ଅଧ୍ୟକ୍ଷା ପଞ୍ଚାୟତ ସମିତି ଜଟଣୀ, ଡ. ମନୋରଞ୍ଜନ ସାହୁ ଉପଜଲ୍ଲାପାଳ ଭୁବନେଶ୍ୱର, ପ୍ରୀତିପର୍ଣ୍ଣା ମିଶ୍ର ତହସିଲଦାର ଜଟଣୀ, ରଶ୍ମିତା ନାଥ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜଟଣୀ ଏବଂ ସରପଞ୍ଚଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଅଧିକାରୀମାନେ ଯୋଗ ଦେଇଥିଲେ । ମୋଟ ୪୪ଟି ଅଭିଯୋଗ ମଧ୍ୟରୁ ୧୬ଟି ବ୍ୟକ୍ତିଗତ ଓ ୨୮ଟି ସାମୁହିକ ଅଭିଯୋଗ ଥିଲା । ୨ଟି ଅଭିଯୋଗ ସଙ୍ଗେ ସଙ୍ଗେ ସମାଧାନ ହୋଇଥିଲା ।