ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

 ବ୍ରହ୍ମପୁର : ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାର ନୂତନ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ୍ କାର୍ଯ୍ୟରେ ଯୋଗଦାନ କରି ପ୍ରଥମ ଜନ ଶୁଣାଣି କରି ୧୧୨ଟି ଅଭିଯୋଗ ଶୁଣିଥିଲେ । ଏହି ଅଭିଯୋଗ ଶୁଣାଣିରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ ଶର୍ବଣ ବିବେକ ଏମ୍, ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ୍ ଅରବିନ୍ଦ ରାଜଶିର୍କେ ଓ ବ୍ରହ୍ମପୁର ଭାରପ୍ରାପ୍ତ ଉପଜିଲ୍ଲାପାଳ ତଥା ଛତ୍ରପୁର ଅତିରିକ୍ତ ଉପଜିଲ୍ଲାପାଳ ପାର୍ଥ ସାରଥୀ ହାଂସଦା ଉପସ୍ଥିତ ରହି ଅଭିଯୋଗ ଶୁଣାଣି କରିଥିଲେ । ଆଜିର ଅଭିଯୋଗ ଗୁଡ଼ିକ ମୁଖ୍ୟତଃ ସ୍ୱାସ୍ଥ୍ୟ,ଶିକ୍ଷା, ଭତ୍ତା, ଜମି, ଶ୍ରମିକ କାର୍ଡ, ରାସନ୍ କାର୍ଡ ଇତ୍ୟାଦି । ସମୁଦାୟ ୧୧୨ଟି ଅଭିଯୋଗ ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ୯୫ଟି ଓ ଗ୍ରାମ ଭିତ୍ତିକ ସମସ୍ୟା ୮ଟି ରହିଥିବାବେଳେ ୫ଟି ଅଭିଯୋଗ ତୁରନ୍ତ ସମାଧାନ କରାଯାଇଥିଲା । ଏହି ଅବସରରେ ରେଡକ୍ରସ ପକ୍ଷରୁ ୪ଜଣଙ୍କୁ ୧୨୦୦୦ଟଙ୍କା ସହାୟତା ରାଶି ଚେକ୍ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହି ଶୁଣାଣିରେ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଓ ବ୍ରହ୍ମପୁର ଉପଖଣ୍ଡର ବିଡ଼ିଓ ଓ ତହସିଲଦାରମାନେ ଉପସ୍ଥିତ ରହିଥିଲେ ।
ଜୟପୁର: ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ନୂତନ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଦ୍ୱାରା  ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୋରାପୁଟ ପୁଳିସ ଅଧିକ୍ଷକ ରହିତ ବର୍ମା, କୋରାପୁଟ ଜିଲ୍ଲା ପରିଷଦ ଗ୍ରାମ୍ୟ ଉନ୍ନୟନ ଅଧିକାରୀ ବେଣୁଧର ସବର, ଜୟପୁର ଉପଖଣ୍ଡ ପୁଲିସ ଅଧିକାରୀ ପାର୍ଥ ଜଗଦୀଶ  କାଶ୍ୟପ, ଉପଜିଲ୍ଲାପାଳ ଜୟପୁର କୁମାରି ଆକାବରମ ଶସ୍ୟା ରେଡ୍ଡୀ, ଜିଲ୍ଲା ମୁଖ୍ୟ ଚିକିସôା ଅଧିକାରୀ ରବି ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅଭିଯୋଗ ଶୁଣାଣିରେ ୮ଗୋଟି ଗୋଷ୍ଠୀଗତ ସମସ୍ୟା ଓ ୨୮ଗୋଟି ବ୍ୟକ୍ତିଗତ ସମସ୍ୟା  ସମୁଦାୟ ୩୬ ଗୋଟି ବିଭିନ୍ନ ସମସ୍ୟାର ଅଭିଯୋଗ ଶୁଣାଣି ହୋଇଥିଲା । ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୋଜନା ଅଧିକାରୀ ସୂର୍ଯ୍ୟକାନ୍ତ ବେହେରା, ସମନ୍ୱିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ଅଧିକାରୀ ତୃପ୍ତି ବୋରେଇ, ଜୟପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର, ଜିଲ୍ଲା ଶିକ୍ଷାଧିକାରୀ ଡ଼.ପ୍ରଶାନ୍ତ କୁମାର ମହାନ୍ତି, ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦନ ନାୟକ, ଜିଲ୍ଲା ମଣ୍ଡଳ ଅଧିକାରୀ, ଜିଲ୍ଲା ପଂଚାୟତ ଅଧିକାରୀ, ଡୁଡା ପ୍ରକଳ୍ପ ନିଦେ୍ର୍ଦଶକ, ଜିଲ୍ଲା ଅତିରିକ୍ତ ଖାଉଟି ଓ ଯୋଗାଣ ଅଧିକାରୀ, ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ, ରାସ୍ତା ଓ ଗୃହ ନିର୍ମାଣ ଅଧିକ୍ଷଣ ଯନ୍ତ୍ରୀ ଜୟପୁର, ଟିପିଏସଓଡିଏଲ୍ ଓ ବିଦୁ୍ୟତ୍ ବିଭାଗର କର୍ମକର୍ତ୍ତାଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।