ହାଣି ମାରିଲେ, ପଡିଆରେ ଫିଙ୍ଗିଲେ
କପ୍ତିପଦା : ସାପ୍ତାହିକ ହାଟକୁ ଯାଇଥିଲେ, ହେଲେ ମିଳିଲା ହାଟ ପାଖରୁ କ୍ଷତାକ୍ତ ମୃତଦେହ । ଯୁବକଙ୍କ ମୁଣ୍ଡକୁ ହାଣି କରାଯାଇଛି ହତ୍ୟା । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଉପିସାହି ଗ୍ରାମରେ । ଢୋଲଗଣ୍ଡି ଗ୍ରାମର ମାଣିକ ସିଂ ଉପିସାହି ସାପ୍ତାହିକ ହାଟକୁ ଯାଇଥିଲେ । ହେଲେ ରାତିରେ ଘରକୁ ଫେରି ନ ଥିଲେ । ମଙ୍ଗଳବାର ସକାଳ ୬ ଟା ସମୟରେ ସ୍ଥାନୀୟ ଲୋକେ ହାଟ ନିକଟରେ ମୃତଦେହ ପଡ଼ିଥିବା ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିବା ବେଳେ କେହି ଧାରୁଆ ଅସ୍ତ୍ରରେ ତାଙ୍କ ମୁଣ୍ଡ କୁ ପଛ ପାଖରୁ ହାଣି ହତ୍ୟା କରିଥିବା ଜାଣିବାକୁ ପାଇଥିଲେ । ତେବେ କିଏ ଏବଂ କଣ ପାଇଁ ତାଙ୍କୁ ହତ୍ୟା କରିଲା ତାହା ଅସ୍ପଷ୍ଟ ରହିଥିବା ବେଳେ କପ୍ତିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । କେଶ ନମ୍ବର - ୧୪୨/୨୫ ରେ ମାମଲା ରୁଜୁ କରି ତଦନ୍ତ କରୁଥିବା ସହ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ଖୋଳତାଡ଼ କରୁଛି ପୁଲିସ ।