କାଉଡିଆଙ୍କ ଜଳାଭିଷେକ

ବୁଗୁଡା : ସ୍ଥାନୀୟ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ଶ୍ରାବଣ ମାସର ତୃତୀୟ ସୋମବାର ଦିନ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଥିଲା ।  ଚଳିତ ବର୍ଷ ଦଳ ଦଳ କାଉଡିଆ ବୋଲବମ୍ ଡାକ ଦେଇ ବୁଦ୍ଧଖୋଲ ଶୈବପୀଠ ଅଭିମୁଖେ ପଦଯାତ୍ରା କରୁଛନ୍ତି । ବୁଗୁଡା ଅଞ୍ଚଳର ଶହ ଶହ କାଉଡିଆ ରୁଷିକୁଲ୍ୟା-ବଡନଦୀର ସଙ୍ଗମ ସ୍ଥଳରେ ପୁରୋହିତମାନଙ୍କ ଦ୍ୱାରା ପବିତ୍ର ଜଳକୁ ଅଭିଷେକ ଆଦି ପୂଜାପାଠ ପୂର୍ବକ ମାନସିକ ବ୍ରତ ଧାରଣ କରି ଜଳ ଭାର ଘେନି ବାଟ ସାରା ହରହର ବମ୍, ବୋଲ୍ ବମ୍ ଆଦି ଉଚ୍ଚାରଣ କରି ବୁଦ୍ଧଖୋଲରେ ପହଞ୍ଚô ସେଠାକାର ପଞ୍ଚଶମ୍ଭୁଙ୍କ ଠାରେ ଜଳାଭିଷେକ କରିଛନ୍ତି ।