ଜିଲ୍ଲାପାଳଙ୍କୁ ଅଙ୍ଗନବାଡ଼ି କର୍ମୀଙ୍କ ଦାବିପତ୍ର
ଯାଜପୁର ଟାଉନ : ଅଙ୍ଗନବାଡ଼ି କର୍ମୀ ୧୧ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସରକାରୀ କର୍ମଚାରୀ ମାନ୍ୟତା, ଦରମା ବୃଦ୍ଧି, ସ୍ୱାସ୍ଥ୍ୟ ବୀମା, ମୋବାଇଲ ସମେତ ୧୧ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ସରକାର ଅଙ୍ଗନବାଡ଼ିି କର୍ମୀଙ୍କୁ ବାରମ୍ବାର ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ତାହା ପୂରଣ କରାଯାଉନାହିଁ । ଅଙ୍ଗନବାଡ଼ି କର୍ମୀଙ୍କୁ ସବୁ କାର୍ଯ୍ୟରେ ନିୟୋଜିତ କରାଯାଉଛି । ହେଲେ ସେହି ପରିମାଣରେ ଦରମା ପ୍ରଦାନ କରାଯାଉନାହିଁ କି ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ କରାଯାଉନାହିଁ । ଏନେଇ ଦୀର୍ଘ ବର୍ଷ ହେବ ଦାବି କରୁଥିଲେ ମଧ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାଁନ୍ତି ବୋଲି ଜିଲା କୋଡ଼ିନେଟର ଦୀପ୍ତିମୟୀ ସାହୁ ସୂଚନା ଦେଇଥିଲେ । ଗତ ନିର୍ବାଚନ ସମୟରେ ଅଙ୍ଗନବାଡ଼ି କର୍ମୀଙ୍କୁ ୨ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ଅଦ୍ୟାବଧି ପୂରଣ କରାଯାଇ ପାରିନାହିଁ । ଯଦି ୧୧ଦଫା ଦାବି ପୂରଣ ନେଇ ସରକାର କର୍ଣ୍ଣପାତ ନକରନ୍ତି ତେବେ କାର୍ଯ୍ୟବନ୍ଦ ଆନେ୍ଦାଳନ କରିବେ ବୋଲି ଚେତାବନୀ ଦେଇଥିଲେ ।