ଦେଢମାସ ପରେବି ସୁଧୁରିଲାନି ସମସ୍ୟା  , ଯୋଗାଣ ପାଣିରୁ ଯାଉନି ଦୁର୍ଗନ୍ଧ, ବ୍ଲିଚିଂ ପକାଇ ଠକୁଛି ୱାଟକୋ


ାା ପ୍ରଭାନୁ୍ୟଜ ।ା ବ୍ୟାସନଗର : ଖାଦ୍ୟ କି ପାଣି ଦୂଷିତ ଥିଲେ ରୋଗ ବ୍ୟାପିଥାଏ । ସେଥିପାଇଁ ସରକାରୀ ହେଉ ବା ବେ ସରକାରୀ ସ୍ତରରେ ଗାଁରୁ ସହର ଅଧିବାସୀଙ୍କୁ ସଚେତନତା କରାଯାଏା କିନ୍ତୁ ସରକାରୀ କର୍ମଚାରୀଙ୍କ ଦୁର୍ନୀତିଖୋର ମନୋଭାବ କାରଣରୁ ବ୍ୟାସନଗରବାସୀ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ୱାଟକୋ ଭଳି ଦାୟିତ୍ୱବାନ ବିଭାଗ ଖାଉଟିଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ବଦଳରେ ଦୁର୍ଗନ୍ଧ ବାହାରୁ ଥିବା ଜଳ ଯୋଗାଣ କରି ଚାଲିଛିା ମରାମତି ନାଁରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ୱାଟକୋ ଠିକାଦାରଙ୍କ ମାଧ୍ୟମରେ ଫାଇଦା ଉଠାଇ ନିଜର ପକେଟ ଭରୁଥିବା ବେଳେ ଖାଉଟି ଦୁର୍ଗନ୍ଧ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ଖାଉଟିଙ୍କୁ ଠକିବାକୁ ମାନସିକ ପ୍ରସ୍ତୁତିରେ ରହିଥିବା ୱାଟକୋ  ଅଧିକାରୀ ଏବଂ କର୍ମଚାରୀ ଧରାନପଡ଼ିବା ପାଇଁ ଯୋଗାଇ ଦେଉଥିବା ପାଣିରେ ବ୍ଲିଚିଂ ପକାଇବାରେ ଲାଗିଛି । ଫଳରେ ଖାଉଟି ବ୍ଲିଚିଂ ମିଶା ଦୁର୍ଗନ୍ଧ ପାଣି ମାସମାସ ଧରି ପିଇଚାଲିଛନ୍ତି । ଯେଉଁ ପାଣି ବ୍ୟବହାର କରି ଅନେକ ଚର୍ମରୋଗରେ ଆକ୍ରାନ୍ତ ହେଉଛନ୍ତି । ଆମେ କହୁଛୁ ବ୍ୟାସନଗର ପୌରାଞ୍ଚଳର ୧୩ନଂ ୱାର୍ଡ଼ର କଥା । ୱାର୍ଡ଼ର ରାଇସମିଲ ପରିସରରେ ଥିବା ପାଣି ପମ୍ପର ଦେଢମାସ ତଳେ ଦୂଷିତ ପାଣି ବାହାରିଥିଲା । କଳାମଚମଚ ପାଣିକୁ ପଚାଗନ୍ଧ । ଯେଉଁ ପାଣି ରାଇସମିଲ, ଗୋପବନ୍ଧୁ ନଗର, ନହକା ରୋଡ଼ ସମେତ ଅନ୍ୟ କେତେକ ଅଞ୍ଚଳର ଖାଉଟିଙ୍କୁ ଯୋଗାଣ ହେଉଥିଲାା ରାଇସମିଲରେ ସ୍ଥାପିତ ପାନୀୟ ଜଳ ଯୋଗାଣ ପକଳ୍ପକୁ ୨୦୧୬ ମସିହାରେ ସଂପ୍ରସାରିତ କରାଯାଇଥିଲା । ସେସମୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀରେ ସଂପ୍ରସାରିତ ପ୍ରକଳ୍ପକୁ ଜନସାଧାରଣଙ୍କ ଉଦ୍ୟେଶରେ ଉସôର୍ଗୀକୃତ କରିଥିଲେ । ହେଲେ ଲକ୍ଷଲକ୍ଷ ଟଙ୍କାଖର୍ଚ୍ଚ କରାଯାଇଥିବା ଦର୍ଶାଯାଇଥିଲେ ହେଁ ସଂପ୍ରସାରଣ କେବଳ ପାଇପ ଉଠାପକାରେ ଶେଷ ହୋଇଥିଲା । ଫଳରେ ମାତ୍ର ୮ଟା ବର୍ଷ ପରେ ଉକ୍ତ ପ୍ରକଳ୍ପର ପାଇପ କଣା ହୋଇଗଲା । ଯେଉଁ କଣାରେ ନର୍ଦ୍ଦମା ପାଣି ପସିବା ପରେ ସେ ପାଣି ଖାଉଟିକୁ ଯୋଗାଣ ହେଲା । ନର୍ଦ୍ଦମା ଭିତରେ ଥିବା ପ୍ରକଳ୍ପରୁ ଯୋଗାଣ ପାଣି ବ୍ୟବହାର କରିବା ଖାଉଟିଙ୍କ ପାଇଁ କାଠିକର ବ୍ୟାପାର ହୋଇଥିଲା । ଅଭିଯୋଗ ପରେ କେହି କିଛି ନଶୁଣିବାରୁ ଖାଉଟି ଦଳାସ୍ଥିତ ୱାଟକୋ କାର୍ଯ୍ୟାଳୟରେ ପହଞ୍ଚି ଅଧିକାରୀଙ୍କୁ ଘେରିଥିଲେ । ଅଧିକାରୀ ତୁରନ୍ତ ମରାମତି କରିବାର ପ୍ରତିଶ୍ରୁତି ଦେଇ ପ୍ରକଳ୍ପସ୍ଥଳରେ ପହଞ୍ଚି କର୍ମଚାରୀଙ୍କ ଦ୍ୱାରା ପାଇପ ମୂଳେ ବାଲିପକାଇ ନର୍ଦ୍ଦମା ପାଣିକୁ ଅଟକାଇବା କାର୍ଯ୍ୟ କରିଥିଲେ । ହେଲେ ତାହା ଏଯାବଦ ସମ୍ଭବପର ହୋଇପାରିନି । ବର୍ଷା ହେଉଥିବା କାରଣରୁ ପ୍ରକଳ୍ପସ୍ଥଳ ଶୁଖିପାରିନି । ଯେଉଁ କାରଣରୁ କଣା ହୋଇଥିବା ପ୍ରକଳ୍ପ ପାଇପ ବୁଝାଯାଇପାରୁନି । ଫଳରେ ନର୍ଦ୍ଦମା ପାଣି ଏବେବି ପାଇପରେ ବସୁଛି, ଆଉ ପ୍ରକଳ୍ପରୁ ପାଣି ଯୋଗାଣ ବେଳେ ତାହା ଦୁର୍ଗନ୍ଧ କରୁଛି । ହେଲେ ବିଭାଗ ଖାଉଟିଙ୍କୁ ଠକିବାକୁ ଯାଇ ମଟର ଚଲାଇବା ପୂର୍ବରୁ ବ୍ଲିଚିଂ ପକାଇ ସେଭଳି କେହି ପାଣି ଦୁର୍ଗନ୍ଧ ବାରି ପାରିବନି, ସେଭଳି କାର୍ଯ୍ୟ ମାସାଧିକ ହେବ କରିଚାଲିଛି । ହେଲେ ଗନ୍ଧ ବାରି ପାରୁଥିବା ଖାଉଟି ପିଇବା ପାଇଁ ବୋତଲ ବୋତଲ ପାଣି କିଣୁଛନ୍ତି । ଯୋଗାଣ ପାଣି କେବଳ ଧୂଆଧୂଇ କାର୍ଯ୍ୟ କରୁଛନ୍ତି । ଖାଉଟିଙ୍କୁ ଶୁଦ୍ଧ ପାଣି ଯୋଗାଣ ଦିଗରେ ୱାଟକୋ କର୍ତ୍ତୃପକ୍ଷ ଯେଭଳି ଉଦ୍ୟମ କରିବା କଥା କରୁନଥିବା ଏବଂ ଏହାପଛରେ ମରାମତି ନାଁରେ ଲକ୍ଷଲକ୍ଷ ଟଙ୍କା ଚଳୁ କରିବାର ଉଦ୍ୟମ କରାଯାଉଥିବା ଅଭିଯୋଗ ହେଉଛି । ଖାଉଟିଙ୍କ ସମସ୍ୟା ଦୂର କରିବା ଦିଗରେ ଯଦି ୱାଟକୋ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ଗ୍ରହଣ ନକରନ୍ତି, ତେବେ ଖାଉଟି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟରେ ଅଭିଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି ।