ଜୀବିକା ମିଶନ ନାଁରେ କୋଟି କୋଟି ଦୁର୍ନୀତି 

 ନୀଳଗିରି : ସରକାରଙ୍କ ଜୀବିକା ମିଶନ ଜରିଆରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ  ଯେଉଁ ଯୋଜନାରେ କୋଟି କୋଟି ଟଙ୍କା ଆସିଥିଲା ଏହା ବାଟମାରଣା ହୋଇଛି । ଏଭଳି ମହାଦୁର୍ନୀତିର ତଥ୍ୟ ହାତରେ ଲାଗିବା ପରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଉପଜିଲ୍ଲାପାଳ, ବିଡ଼ିଓଙ୍କୁ ଡକାଇ ଖୋଳତାଡ଼ କରିବା ପରେ ଜିଲ୍ଲାପାଳ ଉଚ୍ଚସ୍ତରୀୟ ତଦନ୍ତ ନିଦେ୍ର୍ଦଶ ଦେଇଥିଲେ । ଯାହା ଫଳରେ ୫ ଜଣିଆ କମିଟି ଗଠନ କରାଯାଇ ଏଭଳି ଦୁର୍ନୀତିର ତଦନ୍ତ କରିବା ସୂଚନା ଆସିବା ପରେ ଏହି ଦୁର୍ନୀତିର ପ୍ରମାଣ ନଷ୍ଟ କରିବା ସହ ତଦନ୍ତରେ ବାଟବଣା କରିବା ପାଇଁ ଜୀବିକା ମିଶନ ଅଧିକାରୀ ଏ ପଞ୍ଚାୟତରୁ ସେ ପଞ୍ଚାୟତ ଘୁରି ବୁଲୁଥିବା ଜଣାପଡିଛି । 
ରାଜ୍ୟ ସରକାରଙ୍କ ଜୀବିକା ମିଶନ ଯୋଜନାରେ କୁକୁଡ଼ା ଚାଷ, ଛେଳି ଚାଷ, ମାଛ ଚାଷ, ଯନ୍ତ୍ରାଂଶ ବାବଦରେ ୩୮କୋଟି ଟଙ୍କା ଅନୁଦାନ ଆସିଥିଲା । ଛେଳିଚାଷ ପାଇଁ ୬୦ ଲକ୍ଷ ଓ କୃଷି ପାଇଁ ବିଭିନ୍ନ ଯନ୍ତ୍ରାଂଶରେ ୬୦ ଲକ୍ଷ ଟଙ୍କା ଅନୁଦାନ ଅର୍ଥରେ ବ୍ୟାପକ ଦୁର୍ନୀତି  ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏପରିକି ଏମ୍ବିକେଙ୍କୁ ହାତବାରିଶ କରି ମହିଳାମାନଙ୍କ ପାଇଁ ବିଭିନ୍ନ ଯୋଜନାର ବିନା ସୁଧ ଓ ୨% ସୁଧରେ ଅର୍ଥ ସବୁ ଜୀବିକା ମିଶନ ଅଧିକାରୀ ହଡପ କରିଥିବା ଅଭିଯୋଗ ହୋଇଥିଲା । ଧୋବଶିଳା ପଞ୍ଚାୟତରେ ଦୁର୍ନୀତି ପଦାକୁ ଆସିବା ସହ କିଏ କେତେ ଟଙ୍କା ବାଟମାରଣା କରିଛି ପଦାକୁ ମଧ୍ୟ ଆସିଥିଲା । ସ୍ୱୟଂ ସହାୟକ ମହିଳାଙ୍କ ୪୧ଜଣ ସଦସ୍ୟଙ୍କୁ ଛେଳି ଚାଷ ପାଇଁ ୩୦୦ରୁ ଊର୍ଦ୍ଧ୍ୱ ଛେଳି କିଣିବା ପାଇଁ ଅର୍ଥ ଆସିଥିବାବେଳେ ମାତ୍ର ୧୦ଟି ଛେଳି କିଣି ବାକି ତକ ଅର୍ଥ ଭାଗ କରି ଆତ୍ମସାତ କରିଥିବା ଘଟଣା ସାଧାରଣରେ ଜଣାପଡିଥିଲା । ଜୀବିକା ମିଶନ ଅଧିକାରୀ ଅର୍ଜୁନ ପାଲ ୫୦ ହଜାର ନେଇଥିବା ବେଳେ ସଂଘର ସଭାପତି ପ୍ରଭାତୀ ସ୍ୱାଇଁ ୫୫ହଜାର, ଏମବିକେ ରଶ୍ମିତା ସ ଲକ୍ଷେ ଟଙ୍କା, ସେକ୍ରେଟାରୀ ସୁମିତ୍ରା ସିଂ ୪୫ ହଜାର ନେଇଥିବା ନିଜେ ସଂଘର ସଭାପତି ପ୍ରଭାତୀ ସ୍ୱାଇଁ ସ୍ୱୀକାର କରିବା ସହ ୩୦୦ଛେଳିରୁ  ମାତ୍ର ୧୦ଟି ଛେଳି ମଧ୍ୟ କିଣିଥିବା ସ୍ୱୀକାର କରିଥିଲେ । ଯାହାର ଏହାର ଭିଡିଓ ଫୁଟେଜ ହାତରେ ଗଣମାଧ୍ୟମ ହାତରେ ଲାଗିଥିଲା । ଶେଷରେ ଜିଲ୍ଲାପାଳଙ୍କ ନିଦେ୍ର୍ଦଶରେ ଜିଲ୍ଲାପରିଷଦ କାର୍ଯ୍ୟାଳୟରୁ ଏକ ନିଦେ୍ର୍ଦଶନାମା ପତ୍ର ଯେଉଁଥିରେ ନୀଳଗିରି ବିଡ଼ିଓ, ଡିପିସି ମିଶନଶକ୍ତି, ଡିପିଏମ ଓଏଲଏମ, ବିପିଏମ, ଆକାଉଣ୍ଟସ ଅଫିସର ଆସନ୍ତା ୭ ଦିନ ଭିତରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଉଲ୍ଲେଖ ରହିଥିଲା । ସେହିପରି ଋଷିଆ ମାଛ ଚାଷରେ ଯେଉଁ ଦୁର୍ନୀତି ବିଧାୟକ ଧରିଥିଲେ ତାହାର ମଧ୍ୟ ଆସନ୍ତା ୨୯ ତାରିଖରେ ହେବ ବୋଲି ନୀଳଗିରି ବ୍ଲକ ଫାଇନାନ୍ସ ଅଫିସର କେସିପୁର ଜିପି ଏଲଏଫଙ୍କୁ ପତ୍ର ଲେଖିଥିବା ଜଣାପଡିଛି । ତେବେ ଏହି ମହାଦୁର୍ନୀତିର ତଦନ୍ତ ନିଦେ୍ର୍ଦଶ ଆସିବା ପରେ ନୀଳଗିରି ଜୀବିକା ମିଶନ ସମେତ ବ୍ଲକ ପରିସରରେ ବେଶ ଛନକା ପଶିବା ପରେ ପ୍ରମାଣ ନଷ୍ଟ ଓ ତଦନ୍ତରେ ବାଟବଣା ପାଇଁ ଚାଲିଛି ଷଡଯନ୍ତ୍ର । ଜୀବିକା ମିଶନ ଅଧିକାରୀ ଅର୍ଜୁନ ପାଲ ବିଭିନ୍ନ ପଞ୍ଚାୟତ ଯାଇ ସଂଘର ସଭାପତି, ଏମବିକେ ଓ ଅନ୍ୟ ସଦସ୍ୟଙ୍କୁ ତଦନ୍ତରେ କ’ଣ କହିବାକୁ ହେବ ଓ ପ୍ରମାଣ ନଷ୍ଟ କରୁଥିବା ବିଶେଷ ସୂତ୍ରରୁ ଜଣାପଡୁଛି । ଏମବିକେ ମଧ୍ୟ ସାଂସଦଙ୍କ ଘରେ ପହଞ୍ଚô ତାଙ୍କ ଶରଣ ପଶିଛନ୍ତି । ତେବେ କୋଟିକୋଟି ଟଙ୍କାର ଦୁର୍ନୀତିର ସଠିକ ତଦନ୍ତ ହେଲେ ଖାଲି ମିଶନ ଶକ୍ତି ଅଧିକାରୀ, ଏମବିକେ ନୁହଁନ୍ତି ପୂର୍ବତନ ବିଡ଼ିଓଙ୍କ କଳାକାରନାମା ମଧ୍ୟ ପଦାକୁ ଆସିବ ବୋଲି ଅଞ୍ଚଳବାସୀ ଆଶା ରଖିଥିବା ବେଳେ ଜିଲ୍ଲାରୁ ୪ଜଣିଆ ଟିମ ଆସି ଏହି ଦୁର୍ନୀତିର ତଦନ୍ତ ଆରମ୍ଭ କରି ଫେରିଛନ୍ତି ।