୮ ଲକ୍ଷ ଟଙ୍କା ସହ ଅଳଙ୍କାର ଲୁଟ୍ 

ବାଣପୁର: ମାତ୍ର ଗୋଟିଏ  ସପ୍ତାହ ମଧ୍ୟରେ ବାଣପୁର ଥାନା ଅଂଚଳରୁ ଦୁଇ ଦୁଇଟା ଚୋରି ଘଟଣା ସାଧାରଣ ଲୋକଙ୍କ ନିଦ ହଜାଈ ଦେଇଛି । ରତନପୁର ଗ୍ରାମର ଈଶ୍ୱର ବେହେରା ଘରେ ଅନୁପସ୍ଥିତ ଥିବାର ସୁଯୋଗ ନେଇ ଦୁର୍ବୃତ୍ତ ଦାଣ୍ଡ କବାଟ ତାଲା ଭାଙ୍ଗି ଘରେ ପଶି ନଗଦ ୮ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର, ଲ୍ୟାପ୍ଟପ୍, କମ୍ପୁ୍ୟଟର, ଏଲ୍ଇଡି ଟିଭି ଚୋରି କରିନେଇଥିବା ଈଶ୍ୱରଙ୍କ ବାପା ନିତ୍ୟାନନ୍ଦ ବେହେରା ଥାନରେ ଅଭିଯୋଗ କରିଛନ୍ତି । ସେହିପରି ବଡ ସିରେଇପୁର ଗ୍ରାମର ଚନ୍ଦ୍ରନାଥ ସେଠୀଙ୍କ ପୁରା ପରିବାର ମନ୍ଦିରକୁ ଯାଇଥିବା ବେଳେ ସକାଳ ୯ଟା ବେଳେ କେହି ଏହାର ସୁଯୋଗ ନେଇ ଘରେ ପଶି ଆଲମିରା ଭାଙ୍ଗି ୧୦ ହଜାର ଟଙ୍କା ସହ ସୁନା ଚୋରି କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ବାରମ୍ବାର ଏଭଳି ଚୋରି ହେଉଥିବା ବେଳେ, ଚୋରି ମାଲ୍ ଉଦ୍ଧାର ନହେବା ବା ଚୋର ଧରା ନ ପଡିବ ଯୋଗୁ ସାଧାରଣ ଲୋକଙ୍କ ଧନ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି ।