ଦିଗନ୍ତ ବିଦ୍ୟାଳୟର ବାର୍ଷିକୋତ୍ସବ

 ନିଆଳି : ନିଆଳି ବ୍ଲକ ଦେବୀକନ୍ଦଳ ଦୀପାଞ୍ଚଳ ଅନ୍ତର୍ଗତ କସରଦା ପଞ୍ଚାୟତ ସ୍ଥିତ ପତ୍ରକଣା ଠାରେ ଥିବା ସଂକଳ୍ପ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ପରିଚାଳିତ ଦିଗନ୍ତ ଆବାସିକ ବିଦ୍ୟାଳୟର ୧୪ ତମ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ, ବିଶେଶ୍ୱର ଟୁଡୁ ପ୍ରଦୀପ୍ତ ଉଜ୍ୱଳନ କରି ଶୁଭ ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ଓଡ଼ିଆ ପତ୍ରିକା ସୁବାର୍ତ୍ତାର ସମ୍ପାଦକ ପ୍ରଦୁ୍ୟମ୍ନ ଶତପଥୀ, ସମ୍ମାନିତ ଅତିଥିଭାବେ ଦିଗନ୍ତ ଆବାସିକ ବିଦ୍ୟାଳୟ, ଆପେକ୍ସ ଆଇଟିଆଇ ଏବଂ ଆପେକ୍ସ ଇଞ୍ଜିନିଅରିଙ୍ଗ କଲେଜର ସହ ପ୍ରତିଷ୍ଠାତା ପ୍ରଫେସର ଗିପିକା ମୁଦୁଲି ଏବଂ ଇଂ ପ୍ରତୀକ ମୁଦାଲୀ, ଛାତ୍ର ଅଭିଭାବକ ସୁବା ରାଓ କେଣ୍ଡୁକା ଯୋଗ ଦେଇଥିଲେ । ସଂକଳ୍ପର ସଭାପତି ଚକ୍ରଧର ପ୍ରଧାନଙ୍କ ଅଧ୍ୟକ୍ଷତାରେ ପରିଚାଳିତ  ଏହି ସଭାରେ ବିଦ୍ୟାଳୟର ଅଧ୍ୟକ୍ଷା ଏ. ଜୟଲକ୍ଷ୍ମୀ ସ୍କୁଲର ରିପୋର୍ଟ କାର୍ଡ ପଠନ କରିଥିଲେ । ସକଳ୍ପର ସମ୍ପାଦକ ମିହିର କାନ୍ତ ମହାପାତ୍ର ସଂକଳ୍ପର  ଅଭିମୁଖ୍ୟ ଏବଂ ବାର୍ଷିକ ବିବରଣୀ ପାଠ କରିଥିଲେ । ଏବଂ ସକଳ୍ପର ଉପସଭାପତି ଜୟକୃଷ୍ଣ ଚମ୍ପତି ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଅବସରରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯିବା ଶହ ଦିଗନ୍ତ ଆବାସିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ବବିନା ସୁବୁଦ୍ଧିଙ୍କୁ ଶିକ୍ଷା ସାଧକା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବକୁ ଶିକ୍ଷକ ସକଳ୍ପ ମହାନ୍ତି, ସଂଜୟ ପରିଡା, ବିଶ୍ୱନାଥ ଓଝା, ସାରଥୀ ମଲିକ, ହୃଷିକେଶ ଜେନା, କୁଞ୍ଜ ବିହାରୀ ଜେନା, ମିତିସ କୁମାର ଆଚାର୍ଯ୍ୟ, ଶିକ୍ଷୟିତ୍ରୀ ସ୍ମୃତିରେଖା ମହାପାତ୍ର, ସୁଜ୍ଞାନ ପାଢ଼ୀ, ସ୍ୱର୍ଣ୍ଣପ୍ରଭା ଚୌଧୁରୀ, ବବିନା ସୁବୁଦ୍ଧି, ଶୁଚିସ୍ମିତା ବିଶ୍ୱାଳ, ଗାୟତ୍ରୀ ନାୟକ, ରୋମାଲି ମଧୁସ୍ମିତା ଆଚାର୍ଯ୍ୟ, ମମତା ମହାପାତ୍ର, ଜୟଶ୍ରୀ ରାଉତରାୟ, ଶୁଚିସ୍ମିତା ରେହେରା, ରବୀନ୍ଦ୍ର ପ୍ରଧାନ, ବିଶ୍ୱରଂଜନ ବେହେରା,  ବିନତା ମଲିକ, ଅଞ୍ଜନ ମଲିକ, ସୋମନାଥ ମଲିକ ପ୍ରମୁଖ ସହଯୋଗ କରିଥିଲେ ।