ଓଡ଼ିଆରେ ନାମଫଳକ ସଚେତନତା ପଦଯାତ୍ରା

 ବାଲେଶ୍ୱର: ଓଡ଼ିଆ ଭାଷାର ମର୍ଯ୍ୟାଦା ଓ ସମ୍ମାନ ବୃଦ୍ଧି ପାଇଁ ସାରା ରାଜ୍ୟରେ ଓଡ଼ିଆ ପକ୍ଷ-୨୦୨୫ର ଚତୁର୍ଥ ଦିବସରେ ଓଡ଼ିଆରେ ନାମ ଫଳକ ଅଭିଯାନ ଆୟୋଜିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ ବିଭାଗ ଆନୁକୂଲ୍ୟରେ ବାଲେଶ୍ୱର ପୌରପାଳିକା, ଜଳେଶ୍ୱର ପୌରପାଳିକା  ଏବଂ ନୀଳଗିରି ବିଜ୍ଞାପିତ ଅଞ୍ଚଳରେ ସଚେତନତା ପଦଯାତ୍ରା ଅଭିଯାନର ଶୁଭାରମ୍ଭ ହୋଇଛି । ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବଜାରରେ ପଦଯାତ୍ରା ମାଧ୍ୟମରେ ଦୋକାନ ବଜାର, ଶିଳ୍ପ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ବାଣିଜି୍ୟକ ପ୍ରତିଷ୍ଠାନ ଓ ଜିଲ୍ଲାରେ ପ୍ରତିଷ୍ଠିତ ହୋଇଥିବା ସମସ୍ତ ସଂସ୍ଥା ନିଜର ନାମଫଳକକୁ ଓଡ଼ିଆରେ ଲେଖିବା ପାଇଁ ପ୍ରଶାସନ ପକ୍ଷରୁ ସଂସ୍ଥାର ମାଲିକ, କର୍ତ୍ତୃପକ୍ଷ ତଥା ଜନସାଧାରଣଙ୍କୁ ଓଡ଼ିଆରେ ନାମଫଳକ ଲେଖିବା ପାଇଁ ଉତ୍ସାହିତ କରାଯାଇଛି । ଉକ୍ତ ସଚେତନତା ପଦଯାତ୍ରାରେ ବାଲେଶ୍ୱର ପୌରପାଳିକାର ୭୦ ଜଣ, ଜଳେଶ୍ୱର ପୌରପାଳିକାର ୬୩ ଜଣ ଏବଂ ନୀଳଗିରି ବିଜ୍ଞାପିତ ଅଞ୍ଚଳର ୬୫ ଜଣ ବୁଦ୍ଧିଜୀବୀ ଓ ଜନସାଧାରଣ ଯୋଗଦାନ କରିଥିଲେ ।
ତାଳଚେର: ଉକ୍ରଳ ଦିବସ ଠାରୁ ମହାବିଷୁବ ସଂକ୍ରାନ୍ତୁ ୧୪ଏପି୍ରଲ ପର୍ଯ୍ୟନ୍ତ ସାରା ରାଜ୍ୟରେ ‘ଓଡ଼ିଆ ପକ୍ଷ’ ଅତି ଉତ୍ସାହ ଊଦ୍ଦୀପନାର ସହ ପାଳନ କରାଯାଉଛି ।  ଜିଲ୍ଲା ପ୍ରଶାସନ ଅନୁଗୋଳ ଆନୁକୂଲ୍ୟରେ ଓଡ଼ିଆରେ ନାମଫଳକ ଅଭିଯାନ ସଚେତନତା ପଦଯାତ୍ରା ଆୟୋଜନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରମ ଅଫିସ୍ର କର୍ମଚାରୀ, ପ୍ରଶାସନିକ କର୍ମଚାରୀ, ଶ୍ରମିକନେତା, ସମାଜସେବୀ ଏବଂ ବହୁ ପୁରୁଷ ଓ ମହିଳା ଶୋଭାଯାତ୍ରାରେ ଉପସ୍ଥିତ ଥିଲେ ।
 ନୀଳଗିରି: ଓଡିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ନିଦେ୍ର୍ଦଶକ୍ରମେ ବାଲେଶ୍ୱର ଜିଲ୍ଲା ଶ୍ରମବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ନୀଳଗିରି ଉପଖଣ୍ଡସ୍ତରୀୟ ଓଡିଆରେ ନାମ ଫଳକ ଅଭିଯାନ  ଓ ସଚେତନତା ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ନୀଳଗିରି ଜଗନ୍ନାଥ ମନ୍ଦିର ଠାରୁ ଏକ ସଚେତନ ଭିତ୍ତିକ ପଦଯାତ୍ରାରେ ବାହାରି ବଜାର ପରିକ୍ରମା କରି ସାରିବା ପରେ ବସଷ୍ଟାଣ୍ଡରେ ପହଞ୍ଚôଥିଲା । ଏଥିରେ ଫ୍ଲାକାର୍ଡ ଧରି ସଚେତନ ବାର୍ତ୍ତା ସହିତ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ବିଶେଷ ଭାବେ ଓଡ଼ିଆ ଭାଷାକୁ ଉଦ୍ଜୀବିତ କରିବା ସରକାରଙ୍କର ମୁଖ୍ୟ ଉଦେ୍ଦଶ୍ୟ କୁହାଯାଉଥିବା ବେଳେ ପ୍ରତ୍ୟକ ସରକାରୀ ଓ ବେସରକାରୀ ଅନୁଷ୍ଠାନ ତଥା ଘରୋଇ ସଂସ୍ଥାରେ ବ୍ୟବହୃତ ନାମ ଫଳକ ଇଂରାଜୀ ବା ଅନ୍ୟ ଭାଷାରେ ନ ଲେଖି ଅନ୍ତତଃ ପକ୍ଷେ ଓଡ଼ିଆ ଭାଷାରେ ଲେଖିବାକୁ ସଚେତନ ବାର୍ତ୍ତା ଦିଆଯାଇଥିଲା । ନୀଳଗିରି ସହକାରୀ ଶ୍ରମ ଅଧିକାରୀ ଶ୍ରୀହରି ସ୍ୱୟଂ ସାମଲ, କର୍ମଚାରୀ ମଧୁସୂଦନ ଷଣ୍ଢ, ସରୋଜିନୀ ନାୟକ, ମହାବୀର ନିର୍ମାଣ ଶ୍ରମିକ ସଂଘ ସଂସ୍ଥାର ସଭାପତି କେଶବ ଲେଙ୍କା, ସମ୍ପାଦକ କୈଳାଶ ଚନ୍ଦ୍ର ଲେଙ୍କା, ଯଦୁନାଥ ବେହେରା, ରାଜେନ୍ଦ୍ର ଜେନା, ନାରୀନେତ୍ରୀ ସଂଯୁକ୍ତା ଓଝା, ନିରଞ୍ଜନ ମହୁରୀ, ସୁରେନ୍ଦ୍ର ବିଶ୍ୱାଳ, ନୃଶିଙ୍ଘ ନାୟକ, ବପୁନୁ ସିଂ, ବାଦଲ ସିଂ, ଶକୁନ୍ତଳା ବାରିକ, ଭୀମ ପାତ୍ର, ସରୋଜିନୀ ସିଂ, ମିନାକ୍ଷୀ ସିଂ, ସାବିତ୍ରୀ ସିଂ, ଗୀତାରାଣୀ ପାତ୍ର, ଅଜୟ କୁମାର ମହାପାତ୍ର, କାଳିଆ ପାତ୍ର, ରବୀନ୍ଦ୍ର ପାତ୍ର, ଗୋପାଳ ପାତ୍ର, ଭାରତ ପାତ୍ର  ପ୍ରମୁଖ ବିଭିନ୍ନ କୋଣ ଅନୁକୋଣରୁ ନିର୍ମାଣ ଶ୍ରମିକମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।