୪ ପଦକ ପାଇଲେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ

 ହିଞ୍ଜିଳିକାଟୁ : ଆଞ୍ଚଳିକ ଖେଳକୁଦ ପ୍ରତିଯୋଗିତାରେ ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟର ୫ଜଣ ଛାତ୍ରଛାତ୍ରୀ ଟାଇକୋଣ୍ଡୋରେ ଭାଗ ନେଇଥିଲେ । ହିଞ୍ଜିଳିକାଟୁ  କେନ୍ଦ୍ରୀୟ ବିଦ୍ୟାଳୟର ୫ ଜଣ ଛାତ୍ରଛାତ୍ରୀ ଆଞ୍ଚଳିକ ଖେଳକୁଦ ପ୍ରତିଯୋଗିତାରେ  କୃତିତ୍ୱ ହାସଲ କରିଛନ୍ତି । ଏହା ୨୫ଓ୨୬ ଦୁଇ ଦିନ ଧରି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ୫ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ପ୍ରାୟ ୧୩୦ ରୁ ଉର୍ଦ୍ଧ ଖେଳାଳି ଭାଗ ନେଇଥିଲେ । ଆଞ୍ଚଳିକ ସ୍ତରୀୟରୁ ଚୟନ ହୋଇ ଅଂଶୁମାନ ପଣ୍ଡା ସ୍ୱର୍ଣ୍ଣପଦକ ହାସଲ କରି ଜାତିୟ ସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଛନ୍ତି । ସେହିପରି ରିଧିକା ସାହୁ ବ୍ରୋଞ୍ଜ ପଦକ, ମେହେସ୍ନା ସେକ ରୈପ୍ୟ ପଦକ, ସୈମିକ ପ୍ରଧାନ ବ୍ରୋଞ୍ଜ ପଦକ, ଓମ ଶଙ୍କର ପାଢି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ହିଞ୍ଜିଳିକାଟୁ ଟାଇକୋଣ୍ଡୋ ଏକାଡେମୀରୁ ପ୍ରଶିକ୍ଷୀତ ପାଇ ସେମାନେ ଆଞ୍ଚଳିକ ସ୍ତରୀୟ ପ୍ରତିଯୋଗିତାରେ ଭାଗନେଇ ସଫଳତା ପାଇଛନ୍ତି ।  ଏ ନେଇ ହିଞ୍ଜିଳିକାଟୁ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜନ କୁମାର ବେହେରା କୃତି ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।