ଅବହେଳିତ ଅବସ୍ଥାରେ ଅମଙ୍ଗେଇ କୁଦ 

ଆଠଗଡ :  ଆଠଗଡ ବ୍ଲକ ଅନ୍ତର୍ଗତ କନ୍ଦରପୁର ପୁଣ୍ୟତୋୟା ମହାନଦୀ ଗର୍ଭସ୍ଥ ମା'ଅମଙ୍ଗେଇ କୁଦରେ ବାସ କରନ୍ତି ଦେବଦେବ ବାବା ପଶ୍ଚିମେଶ୍ୱର ମହାଦେବ । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି କୁଦରେ ବହୁ ପୁରାତନ କୀର୍ତ୍ତିରାଜ ରହିଛି । ଅଲୌକିକ କିମ୍ବଦନ୍ତୀ ଗାଥାରେ ଭରପୁର ଏହି ପୀଠକୁ ବର୍ଷ ତମାମ ପର୍ଯ୍ୟଟକମାନେ ଆସି ପକୃତିକୁ ଉପଭୋଗ କରିଥାନ୍ତି  । ଦୀର୍ଘ ଦିନର ବ୍ୟବଧାନ ପରେ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇଥିବା ଏହି ପୀଠଟି କେନ୍ଦ୍ର ଓ ରାଜ୍ୟସରକାର ତଥା ସ୍ଥାନୀୟ ରାଜନେତା ଓ  ପ୍ରଶାସନର ଅଣଦେଖାରୁ ଅବହେଳିତ ଅବସ୍ଥାରେ ରହିଯାଇଛି । ଧବଳେଶ୍ୱର ପୀଠ ପରି ମହାନଦୀ ଗର୍ଭରେ ଏହି ଶୈବପୀଠ ହେଉଛି ଅମଙ୍ଗେଇ କୁଦ । ପ୍ରଚାର ପ୍ରସାର ଅଭାବ ସାଙ୍ଗକୁ ଦେବୋତ୍ତର ବିଭାଗ ଓ ଜିଲ୍ଲା ପର୍ଯ୍ୟଟନ ବିଭାଗର ଅବହେଳା ପାଇଁ ପୀଠର ଉନ୍ନତି ହୋଇପାରୁ ନ ଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଅଛି । ବାବା ପଶ୍ଚିମେଶ୍ୱରଙ୍କର ପୀଠରେ ବିଶ୍ୱକଲ୍ୟାଣ ନିମନ୍ତେ ଗ୍ରାମର କିଛି ଯୁବକମାନଙ୍କ ପ୍ରଚେଷ୍ଟାରେ ବିଶ୍ୱାଶାନ୍ତି ମହାଯଜ୍ଞ ଗତ ବୁଧବାର ଠାରୁ ଅନୁଷ୍ଠିତ ହୋଇ ଶୁକ୍ରବାର ଅପରାହ୍ନରେ ପୂର୍ଣ୍ଣାହୁତି ସମାପନ ହୋଇଛି । ବାବା ପଶ୍ଚିମେଶ୍ୱର ଓ ବିଶ୍ୱାଶାନ୍ତି ଯଜ୍ଞ ସହ ବିଭୁକୃପା ଲାଭ କରିବା ପାଇଁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା । ଶାନ୍ତି ଶୃଙ୍ଖଳା ସହ ଶୃଙ୍ଖଳିତ ଦର୍ଶନ ପାଇଁ ଆଠଗଡ ପ୍ରଶାସନ ପକ୍ଷରୁ ମାଜଷ୍ଟ୍ରେଟ ଭାବେ ଅଡିସିନାଲ ତହସିଲଦାର ଅଶୋକ କୁମାର ସ୍ୱାଇଁ ଓ ଆଠଗଡ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ତିନି ପ୍ଲାଟୁନ ଫୋର୍ସ  ଆଠଗଡ ଅଗ୍ନିଶମ ବିଭାଗ  ମୁଖ୍ୟ ଆଗ୍ନେକ ଦିଲ୍ଲୀପ କୁମାର ଦଳେଇଙ୍କ ନେତୃତ୍ୱ ଏକ ଟିମ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସମ୍ପାଦିତ କରିଥିଲେ । କନ୍ଦରପୁର ମତ୍ସ୍ୟଜୀବୀ ସମବାୟ ସମିତି ଦ୍ୱାରା ମଟର ଚଳିତ ଡଙ୍ଗାରେ ମହାନଦୀ ପାର ହୋଇ ପୀଠକୁ  ଯାଉଥିଲେ । ଗ୍ରାମ ସଭାପତି ମହେନ୍ଦ୍ର କୁମାର ଦାଶ, ସରପଞ୍ଚ କଲ୍ୟାଣୀ ଖଟୁଆଙ୍କ ପ୍ରତିନିଧି ପବିତ୍ର ମୋହନ ଖଟୁଆ, କଂଗ୍ରେସ  ବିଧାୟକ ପାର୍ଥୀ ସୁଦର୍ଶନ ସାହୁ, ପୂର୍ବତନ ସରପଞ୍ଚ ବିଚିତ୍ରନନ୍ଦ ସେଠି, କୈବର୍ତ୍ତ ସମାଜ ସଭାପତି ନିମେଇଁ ଚରଣ ଖଟୁଆ, ମତ୍ସ୍ୟଜୀବୀ ସମବାୟ ସମିତି ସଭାପତି ରବୀନ୍ଦ୍ର କୁମାର ଧଳ, ପୂର୍ବତନ ସମିତିସଭ୍ୟ ବିଶ୍ୱରଂଜନ ମଲ୍ଲିକ, ଜୟନ୍ତ ପ୍ରଧାନ, ବିଚିତ୍ରାନନ୍ଦ ସାହୁ ପୂଜକ  ସମାଜ ପକ୍ଷରୁ ବାବୁଲି ରଣା, ସୁବଳ ରଣାଙ୍କ ସହ ମା' ବାଉତି ସଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ । ବାବାଙ୍କ ଦର୍ଶନ ନିମନ୍ତେ ପୂର୍ବତ୍ତନ ସ୍ୱାଧୀନ ବିଧାୟକ ରମେଶ ଚନ୍ଦ୍ର ରାଉତ, ବିଜେପି ବିଧାୟକ ପାର୍ଥି ଅଭାବ କୁମାର ବାରିକ, ଜିଲ୍ଲାପରିଷ ବଳଭଦ୍ର ବାଘ ପ୍ରମୁଖ ପୀଠରେ ପହଞ୍ଚô ପୀଠର ଉନ୍ନତି ନିମନ୍ତେ ସମସ୍ତ ପ୍ରକାର ସହଯୋଗ  କରିବାର ପ୍ରତିଶ୍ରୁତି ଦେଇଛନ୍ତି ।