ଇନ୍ଦିରା ଗାନ୍ଧିଙ୍କ ତିରୋଧାନ ଦିବସ ପାଳିତ

ାା ପ୍ରଭାନୁ୍ୟଜ ।ା କଟକ:  ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଲୌହ ମାନବୀ ସ୍ୱର୍ଗୀୟ ଇନ୍ଦିରା ଗାନ୍ଧୀଙ୍କ ପୁଣ୍ୟ ତିଥି ଅବସରରେ କଟକ ଶକ୍ତି ନଗର କଂଗ୍ରେସ କାର୍ଯ୍ୟାଳୟରେ ବରିଷ୍ଠ କଂଗ୍ରେସ ନେତା ତଥା କଟକ ସଦର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ରାମ ଚନ୍ଦ୍ର ଗୋଚ୍ଛାୟତଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶକ୍ତିନଗର କଂଗ୍ରେସ କାର୍ଯ୍ୟାଳୟରୁ କଂଗ୍ରେସ କର୍ମୀମାନଙ୍କ ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ଗୋପାଳପୁର ସ୍ଥିତ ସ୍ୱର୍ଗୀୟା ଇନ୍ଦିରାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଦେଶ ପାଇଁ ଥିବା ତାଙ୍କ ଅବଦାନ ଓ ବଳିଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଇନ୍ଦରାଜୀଙ୍କ ସମୟରେ ବ୍ୟାଙ୍କ ଜାତୀୟକରଣ ବାଂଲାଦେଶକୁ ସ୍ୱତନ୍ତ୍ର ଦେଶ ଘୋଷଣା କରିବା, ବଳିଷ୍ଠ ବୈଦେଶିକ ନୀତି ସହ ତାଙ୍କର ସାହସିକତା ପାଇଁ ତାଙ୍କୁ ଝାନ୍ସୀ ରାଣୀ ଲକ୍ଷ୍ମୀବାଇଙ୍କ ସହ ତୁଳନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା କଂଗ୍ରେସର ବରିଷ୍ଠ ଉପସଭାପତି ଶିଶିର ରଥ, ମେନାଜ ବିଶ୍ୱାଳ ଓ ରାଜେଶ ସ୍ୱାଇଁ, କଟକ ନଗର କଂଗ୍ରେସର ମୁଖ୍ୟ ମୁଖପାତ୍ର ମାନସ ପରିଡ଼ା, ବରିଷ୍ଠ କଂଗ୍ରେସ ନେତା ନିର୍ମଳ ସ୍ୱାଇଁ, ଆଡ଼ଭୋକେଟ ଅନ୍ନପୂର୍ଣ୍ଣା ସାହୁ, ବିନୟ କୁମାର ଲେଙ୍କା, ଋଷି କାଣ୍ଡି, ବିଜୟ ମଲ୍ଲିକ, ସୁରେନ୍ଦ୍ର ନାୟକ, ସୁନିଲ କୁମାର ଜେନା, ଜିଲ୍ଲା କଂଗ୍ରେସର ପ୍ରାକ୍ତନ ସମ୍ପାଦକ ସଚ୍ଚିଦାନନ୍ଦ ରାଉତ କାଳନ୍ଦୀ ଖୁଣ୍ଟିଆ, ବିକି ଜେଠି, ପ୍ରତୁ୍ୟଷ ସାହୁ, ରଜନୀ ବସ୍ତ୍ରିଆ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଉଗ୍ରସେନ ଭୂୟାଁ, ପ୍ରାକ୍ତନ କର୍ପୋରେଟର ପ୍ରଶାନ ଭୋଇ, ନିହାର ରଞ୍ଜନ ନନ୍ଦ, ସୁବ୍ରତ ସ୍ୱାଇଁ, ଉମେଶ ଛାଟୋଇ, ଜୟ ନାରାୟଣ ତି୍ରପାଠୀ ପ୍ରମୁଖ ଯୋଗ ଦେଇ ଇନ୍ଦିରାଜୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।