ଜୟ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର

 ଭୁବନେଶ୍ୱର :  ଓଡ଼ିଶାର ଅଗ୍ରଣୀ ସାମାଜିକ ସଂଗଠନ ଜୟ ଓଡ଼ିଶା ଦ୍ୱାରା ଏହାର "ରକ୍ତଦାନ’ ଯୋଜନାର ୧୫ତମ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । କଳିଙ୍ଗ ଅଟୋମୋବାଇଲ୍ସ୍ ଗ୍ରୁପ୍ର ସହଭାଗିତାରେ ୟୁନିଟ୍–୧ ସ୍ଥିତ କଳିଙ୍ଗ କମପ୍ଲେକ୍ସରେ ଆୟୋଜିତ ହୋଇଥିଲା  । ଏହି ଅବସରରେ କଳିଙ୍ଗ ଅଟୋମୋବାଇଲ୍ସ୍ର ମ୍ୟାନେଜିଙ୍ଗ ଡାଇରେକ୍ଟର୍ ତୁତୁଲ୍ ଦାଶ ଏବଂ  ସିକ୍ତା ଦାଶ ଉପସ୍ଥିତ ରହି ସମଗ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଶିବିରରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ,  ମେୟର୍  ସୁଲୋଚନା ଦାସ, ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ, ବିଜେପି ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉସôାହିତ କରିଥିଲେ । ଶିବିରରେ କଳିଙ୍ଗ ଅଟୋମୋବାଇଲ୍ସ୍ ର କର୍ମଚାରୀମାନଙ୍କ ସମେତ ସ୍ଥାନୀୟ ଲୋକମାନେ ତଥା ୟୁନିଟ୍ ୧ ମାର୍କେଟ ର ବ୍ୟବସାୟୀ ମାନେ ମଧ୍ୟ ସ୍ୱଇଚ୍ଛାରେ ଉସôାହର ସହିତ ରକ୍ତଦାନ କରିଥିଲେ ବୋଲି ଜୟ ଓଡ଼ିଶାର ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ କହିଛନ୍ତି ।