କୃଷି ପରାମର୍ଶ କେନ୍ଦ୍ରରେ କର୍ମଚାରୀ ଅଭାବ: କେବେ ପଡିବ କର୍ତ୍ତୃପକ୍ଷଙ୍କ ଦୃଷ୍ଟି
ଖଣ୍ଡପଡ଼ା : ଖଣ୍ଡପଡ଼ା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ରରେ ୧ ବର୍ଷ ଧରି କର୍ମଚାରୀଙ୍କ ଅଭାବ ଯୋଗୁଁ କାର୍ଯ୍ୟାଳୟରେ ଅଚଳାବସ୍ଥା ଦେଖାଯାଇଛି । ଏବେ ହାତଗଣତି କେତେକ କର୍ମଚାରୀଙ୍କୁ ନେଇ କାର୍ଯ୍ୟାଳୟଟି ଯଥାକଥା ରୀତିରେ ଚାଲିଥିବା ଜଣାପଡିଛି । କାର୍ଯ୍ୟାଳୟରେ ବ୍ଲକ୍ କୃଷି ଅଧିକାରୀ ଓ ୨ ଜଣ ଓଭରସର କାର୍ଯ୍ୟ କରୁଥିବା ବେଳେ, ୨ ସହକାରୀ ଓ ୬ ଟି ଗ୍ରାମ କୃଷି କର୍ମଚାରୀ ପଦବୀ ଖାଲିପଡିଛି । ଏଠାରେ କାର୍ଯ୍ୟରତ କର୍ମଚାରୀଙ୍କ ପଦନ୍ନୋତି ସହ ବଦଳି ପରେ ଅନ୍ୟ ପଦବୀ ଗୁଡିକ ଖାଲି ପଡିଥିବା ବେଳେ ପ୍ରଶାସନିକ ସ୍ଥାଣୁତା ଓ ଉଚ୍ଚ କର୍ତୃପକ୍ଷଙ୍କ ଉପେକ୍ଷା ଯୋଗୁଁ କାର୍ଯ୍ୟାଳୟରେ ଖାଲି ପଡିଥିବା ପଦବୀ ଗୁଡିକ ପୂରଣ ହେଉ ନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଖଣ୍ଡପଡା ବ୍ଲକ ଅଧିନ ୨୨ଟି ପଞ୍ଚାୟତର ଜନସାଧାରଣ ଏହି କୃଷି କାର୍ଯ୍ୟାଳୟ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଥିବା ବେଳେ ଆବଶ୍ୟକ କର୍ମଚାରୀଙ୍କ ଅଭାବ ଯୋଗୁଁ କାର୍ଯ୍ୟାଳୟରେ ଅଚଳାବସ୍ଥା ଦେଖାଦେଇଛି । ଇତିମଧ୍ୟରେ ଖଣ୍ଡପଡା ବ୍ଲକ କୃଷି ଅଧିକାରୀ ଭବାନୀଶଙ୍କର ମିଶ୍ରଙ୍କର ପଦୋନ୍ନତି ପରେ ତାଙ୍କର ଅନ୍ୟତ୍ର ବଦଳି ହୋଇଛି । କାର୍ଯ୍ୟାଳୟରେ ଦେଖା ଦେଇଥିବା ଅବ୍ୟବସ୍ଥା ସମ୍ପର୍କରେ ଅଞ୍ଚଳବାସୀ କର୍ତୃକ୍ଷଙ୍କୁ ଜଣାଇଥିଲେ ମଧ୍ୟ ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ତେବେ ଖଣ୍ଡପଡ଼ାଅଞ୍ଚଳରେ କୃଷି କାର୍ଯ୍ୟାଳୟ ଖାଲିରହିଥିବା ପଦବୀ ଗୁଡିକ ତୁରନ୍ତ ପୂରଣ ନିମନ୍ତେ ଅଞ୍ଚଳବାସୀ ଦାବି କରିଛନ୍ତି ।