ଝିଅ ଜନ୍ମ ହେଲା ବୋଲି ସ୍ୱାମୀର ଦ୍ୱିତୀୟ ବିବାହ : କୋର୍ଟ ପରିସରରେ ସ୍ୱାମୀକୁ ଧରିଲେ ପ୍ରଥମ ପତ୍ନୀ

 ପଟ୍ଟାମୁଣ୍ଡାଇ: ଆଜି ପଟ୍ଟାମୁଣ୍ଡାଇ କୋର୍ଟ ପରିସରରେ ତୁମୁଳ କାଣ୍ଡ ଘଟିଛି । ପୁଅ ନହେବାରୁ ଦ୍ୱିତୀୟ ବିବାହ ପାଇଁ ଆସିଥିବା ସ୍ୱାମୀକୁ କୋର୍ଟ ପରିସିରେ ନିର୍ଦ୍ଧୁମ ଛେଚିଛନ୍ତି । ପୁଲିସ କୋର୍ଟରେ
ପହଞ୍ଚି ସ୍ୱାମୀ ଓ ଦ୍ୱିତୀୟ ପତ୍ନୀକୁ ଥାନାକୁ ନେଇ ଅଟକ ରଖିବା ସହିତ ତଦନ୍ତ କରୁଛି । ଏହି ଘଟଣା ଆଜି ସମଗ୍ର ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଘଟଣାରୁ ପ୍ରକାା ଯେ, ପଟ୍ଟାମୁର୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୁପୁର ଗ୍ରାମର କିଶୋର ମଳିକଙ୍କର ୩ଟି ଝିଅ ଥିବା ବେଳେ ଗତ ୬ ଦିନ ତଳେ ଆଉ ଗୋଟିଏ ଝିଅ ଜନ୍ମ ହୋଇଛି । ପୁଅ ନହେବାରୁ ବିଭିନ୍ନ ସମୟରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ୍ୟ ଦେଖାଦେଇଥିଲା । ଆଜି ଅନ୍ୟଜଣେ ମହିଳାଙ୍କ ସହିତ କିଶୋର ଦ୍ୱିତୀୟ ବିବାହ କରିବାକୁ ପଟ୍ଟାମୁଣ୍ଡାଇ ଜୁଡିସିଆଲ କୋର୍ଟରେ ପହଞ୍ଚିିଥିଲେ । ଦ୍ୱିତୀୟ ବିବାହ କରିବା ପାଇଁ କାଗଜପତ୍ର ପ୍ରସ୍ତୁତ ହେଉଥିବା ସମୟରେ ଏହି ଖବର ପ୍ରଥମ ପତ୍ନୀ ପାଇଥିଲେ । ଖବର ପାଇ ପ୍ରଥମ ପତ୍ନୀଙ୍କ ସହ ତାଙ୍କ ପରିବାର ଓ ବଂନ୍ଧୁ ମାନେ କୋର୍ଟ ପରିସରରେ ପହଞ୍ଚି କିଶୋରକୁ ନିର୍ଦ୍ଧୁମ ଛେଚିଥିଲେ । କୋର୍ଟ ପରିସରରେ ଗଣ୍ଡଗୋଳ ହେଉଥିବାର ଖବରପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳକୁ ଆସି ପରିସ୍ଥିତିକୁ ଶାନ୍ତ କରିବା ସହିତ ସମସ୍ତଙ୍କୁ ଥାନାକୁ ନେଇଥିଲେ । ପୁଲିସ ସମସ୍ତ ଘଟଣା ବୁଝିବା ପରେ ସ୍ୱାମୀ କିଶୋର ଓ ଦ୍ୱିତୀୟ ସ୍ତ୍ରୀକୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି । ପୁଲିସ ପରିବାର ଲୋକଙ୍କୁ ଡକାଇ ଘଟଣାର କାଉନସିଲ କରିବା ସହିତ ଏହାର ଆପୋଷ ସମାଧାନ ପାଇଁ ଉଦ୍ୟମ କରୁଛି । ପ୍ରକାଶ ଥାଉକି ଦ୍ୱିତୀୟ ପତ୍ନୀଙ୍କ ଘର ଚାନେ୍ଦାଳ ଅଞ୍ଚଳରେ । ସେ ଭଲ ପାଇ ଆଳି ଅଞ୍ଚଳର ଜଣେ ଯୁବକ ସହିତ ପ୍ରେମ ବିବାହ କରିଥିଲା । ସ୍ୱାମୀ କିଶୋର କାମ କରିବାକୁ ଆଳି ଯାଇଥିବା ବେଳେ ଉକ୍ତ ମହିଳାଙ୍କ ସହିତ ପ୍ରେମ ସଂପର୍କ ଗଢ଼ିଉଠିଥିଲା । ପରସ୍ପର ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ଘଟଣାକୁ ନେଇ କିଶୋର ସହିତ ତାର ଗଣ୍ଡଗୋଳ ଗତ ୪ ଦିନ ତଳେ ଘଟିଥିଲା । ଏନେଇ ପ୍ରଥମ ସ୍ତ୍ରୀ ଥାନାରେ ଏତଲା ଦେଇଥିଲେ । ଏହାର ଆପୋଷ ସମାଧାନ ପରେ ଆଜି ପୁନରାୟ ତାକୁ କୋର୍ଟରେ ବିବାହ କରିବାକୁ ଆସିଥିବା ବେଳେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା ।