ଟଙ୍କା ବଦଳରେ ସାଧା କାଗଜ ରଖି ୨ ଗିରଫ

 ବ୍ରହ୍ମପୁର: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଇଲାକାର ବ୍ରହ୍ମପୁରର ବ୍ୟବସାୟୀ ପ୍ରମୋଦ ସାହୁ ଝୁମର କିଣିବା ପାଇଁ କଟକର ଜଣେ ବ୍ୟବସାୟୀଙ୍କ ସହ ସମ୍ପର୍କରେ ଥିଲେ । ୬୦ ଲକ୍ଷର ପୁରୁଣା ଝୁମର କିଣିବା ପାଇଁ ତାଙ୍କୁ ଅଗ୍ରୀମ ୧୯ ଲକ୍ଷ ଦେବାକୁ କହିଥିଲେ । ଏନେଇ ଖୋଡାସିଂରେ କଟକର ଅଜୟ ଓ ବ୍ରହ୍ମପୁରର ଶିବ ଶଙ୍କର ନାମକ ଦୁଇ ଜଣ ବ୍ୟକ୍ତି ତାଙ୍କୁ ସେହି ଝୁମର ପାଇ ଅଗ୍ରୀମ ଟଙ୍କା ନେଇଥିଲେ । ତେବେ ସେମାନେ ଦେଇଥିବା ୧୯ ଲକ୍ଷର ଟଙ୍କା ଟ୍ରଙ୍କଙ୍କୁ ଚତୁରତାର ସହ ବଦଳାଇ ଅନ୍ୟ ଏକ ସେହିଭଳି ଆକାରର ଟ୍ରଙ୍କରେ କାଗଜ ବିଡା ରଖି ଦେଇଥିଲେ । ଏହା ଦେଖି ପ୍ରମୋଦ ସନେ୍ଦହ କରି ଯାଞ୍ଚ ବେଳେ ସେଥିରୁ ଟଙ୍କାବିଡା ଆକାରର ସାଦା କାଗଜ କାଟି ହୋଇ ଥିବା ଦେଖିଥିଲେ । ପରେ ସେ ବୈଦ୍ୟନାଥପୁର୍ ଥାନାରେ ଅଭିଯୋଗ କରିବାରୁ ଏସ୍ପି ଶ୍ରବଣ ବିବେକ ଏମ୍ଙ୍କ ନେତୃତ୍ୱରେ ୩ଟି ଟିମ୍ ଚଢାଉ କରି ୧୯ ଲକ୍ଷ ଟଙ୍କା ସହ ୨ଜଣଙ୍କୁ ଧରିଥିଲା । ଅଧିକ ପଚରା ଉଚରା ଚାଲିଥିବା ବ୍ରହ୍ମପୁର ଏସ୍ପି କହିଛନ୍ତି ।