ଟାଙ୍କିର ସେଣ୍ଟ୍ରିଂ ଖୋଲୁଥିଲେ... ଶ୍ୱାସରୁଦ୍ଧ ହୋଇ ୩ ମୃତ

ଭଦ୍ରକ: ଆଜି ବାଲେଶ୍ୱର ଜିଲ୍ଲା ସିମୁଳିଆ ଖଇରା ଗଗନ ଧୂଳି ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି  । ପାଇଖାନା ଟାଙ୍କି ଉପରେ ସେଣ୍ଟ୍ରିଙ୍ଗ ଖୋଲୁଥିବା ଘର ମାଲିକଙ୍କ ସମେତ ୨ ଶ୍ରମିକଙ୍କର ମଧ୍ୟ ମୃତୁ୍ୟ ଘଟିଛି । ଯାହାକୁ ନେଇ ଶୋକର ଛାୟା ଖେଳିଯାଇଛି  । ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ଭଦ୍ରକ ମେଡିକାଲ ଅଣାଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଛନ୍ତି  । ଘର ମାଲିକ ହରେକୃଷ୍ଣଦାସ (୩୫), ଶ୍ରମିକ ନରହରି ବେହେରା (୬୫) ଓ ବାବାଜୀ ଚରଣ ମାଝି (୪୩)ଙ୍କ ମୃତୁ୍ୟ ଘଟିଛି । ଅପରାହ୍ନରେ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଓ ସିମୁଳିଆ ବିଧାୟକ ପଦ୍ମ ଲୋଚନ ପଣ୍ଡା ଭଦ୍ରକ ମେଡିକାଲରେ ପହଁଚି ଶୋକବ୍ୟକ୍ତ କରିଛନ୍ତି  । ପରିବାରବର୍ଗଙ୍କୁ ଆଶ୍ୱାସନା ଦେବା ସହ ସହାୟତା ନିମନ୍ତେ ମନ୍ତୀ ଶ୍ରୀ ନାୟକ ପ୍ରତିଶ୍ରୁତି ଦେଇଛନ୍ତି  ।.