୩୧ ପର୍ଯ୍ୟନ୍ତ ପଦ୍ମ ପୁରସ୍କାର ନାମାଙ୍କନ
ଭୁବନେଶ୍ୱର :୨୦୨୬ ଗଣତନ୍ତ୍ର ଦିବସରେ ଘୋଷଣା ହେବାକୁ ଥିବା ପଦ୍ମ ପୁରସ୍କାର-୨୦୨୬ ପାଇଁ ନାମାଙ୍କନ/ସୁପାରିଶ ୧୫ ମାର୍ଚ୍ଚ, ୨୦୨୫ ରୁ ଆରମ୍ଭ ହୋଇଛି । ପଦ୍ମ ପୁରସ୍କାର ପାଇଁ ନାମାଙ୍କନର ଶେଷ ତାରିଖ ୩୧ ଜୁଲାଇ, ୨୦୨୫ ରହିଛି । ପଦ୍ମ ପୁରସ୍କାର ପାଇଁ ନାମାଙ୍କନ/ସୁପାରିଶ କେବଳ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ ଏୀଟିଟିପି//ଆୱାର୍ଡସ.ଜିଓଭି.ଇନରେ ଅନଲାଇନରେ ଗ୍ରହଣ କରାଯିବ । ପଦ୍ମ ପୁରସ୍କାର, ଯଥା ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ, ଦେଶର ସର୍ବୋଚ୍ଚÿ ନାଗରିକ ପୁରସ୍କାର ମଧ୍ୟରୁ ଗୋଟିଏ । ୧୯୫୪ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ପୁରସ୍କାରଗୁଡ଼ିକ ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଘୋଷଣା କରାଯାଏ । ଏହି ପୁରସ୍କାର ‘ଉଲ୍ଲଖନୀୟ କାର୍ଯ୍ୟ'କୁ ସ୍ୱୀକୃତି ଦେବା ପାଇଁ ଚେଷ୍ଟା କରିଥାଏ ଏବଂ କଳା, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡା, ଔଷଧ, ସାମାଜିକ କାର୍ଯ୍ୟ, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ସାର୍ବଜନୀନ ବ୍ୟାପାର, ନାଗରିକ ସେବା, ବାଣିଜ୍ୟ ଏବଂ ଶିଳ୍ପ ଇତ୍ୟାଦି ସମସ୍ତ କ୍ଷେତ୍ର / ବିଷୟଗୁଡ଼ିକରେ ବିଶିଷ୍ଟ ଏବଂ ଅସାଧାରଣ ସଫଳତା / ସେବା ପାଇଁ ପ୍ରଦାନ କରାଯାଏ । ଜାତି, ବୃତ୍ତି, ପଦବୀ କିମ୍ବା ଲିଙ୍ଗ ନିର୍ବିଶେଷରେ ସମସ୍ତ ବ୍ୟକ୍ତି ଏହି ପୁରସ୍କାର ପାଇଁ ଯୋଗ୍ୟ । ଡାକ୍ତର ଏବଂ ବୈଜ୍ଞାନିକଙ୍କ ବ୍ୟତୀତ ପିଏସୟୁ ସହିତ ସରକରୀ କ୍ଷେତ୍ରରେ କାମ କରୁଥିବା ସରକାରୀ କର୍ମଚାରୀମାନେ ପଦ୍ମ ପୁରସ୍କାର ପାଇଁ ଯୋଗ୍ୟ ନୁହଁନ୍ତି ।