ଆଜିଠୁ ରାଜ୍ୟରେ ବଢିବ ତାତି

ଆଜିଠୁ ରାଜ୍ୟରେ ବଢିବ ତାତି

ଆଜିଠୁ ରାଜ୍ୟରେ ବଢିବ ତାତି। ୩ରୁ ୫ ଡିଗ୍ରୀ ଯାଏ ବଢ଼ିପାରେ ଦିନ ତାପମାତ୍ରା। ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ବାତ୍ୟା ରେମାଲର ପ୍ରଭାବ ହ୍ରାସ ହେବାପରେ ରାଜ୍ୟରେ ପାଗରେ ପରିବର୍ତ୍ତନ ଆସିଛି। ଆଜିଠୁ ୩ରୁ ୪ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ହେଲେ ହିଟୱେଭର ସମ୍ଭାବନା ନାହିଁ।  କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳବର୍ତ୍ତୀ ଅଧିକାଂଶ ସ୍ଥାନରେ ତାପମାତ୍ରା ବିଶେଷ ଅଧିକ ରହୁ ନଥିବା ବେଳେ ଆର୍ଦ୍ରତା ଅଧିକ ରହୁଥିବାରୁ  ଗୁଳୁଗୁଳି ହେଉଛି।