ଟାଟା ପାୱାର ପକ୍ଷରୁ ବିଦୁ୍ୟତ୍ ବିତରଣ ନେଟ୍ୱାର୍କର ସୁଦୃଢ଼ୀ କରଣ

ଭୁବନେଶ୍ୱର : ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍କମ୍ ଗୁଡ଼ିକ ଅଟୋମେସନ୍, ସ୍ମାର୍ଟ ଡିଭାଇସ୍ ଓ ଡିଜିଟାଲ୍ ଟୁଲ୍କୁ ସମନ୍ୱିତ କରି ବିଦୁ୍ୟତ ବିତରଣରେ ପ୍ରଯୁକ୍ତି ଆଧାରିତ ନବସୃଜନକୁ ଆଗକୁ ବଢ଼ାଉଛି । ଏହି ପଦକ୍ଷେପ ଗୁଡ଼ିକ ଦ୍ୱାରା ଦ୍ରୁତ ତ୍ରୁଟି ଚିହ୍ନଟ, ପ୍ରତିକ୍ଷେପ ମୂଳକ ରକ୍ଷଣା ବେକ୍ଷଣ ଓ ସାରାରାଜ୍ୟରେ ପ୍ରାୟ ୧୦ ନିୟୁତ ଗ୍ରାହକ ମାନଙ୍କ ପାଇଁ ଅଧିକ ଭରସା ଯୋଗ୍ୟ ବିଦୁ୍ୟତ୍ ଯୋଗାଣକୁ ସୁନିଶ୍ଚିତ କରିଛି । ସବ୍ଷ୍ଟେସନ୍ ଓ ରିଙ୍ଗମେନ୍ୟୁନିଟ୍ (ଆର୍ଏମ୍ୟୁ)ର ଅଟୋମେସନ୍ ଉପରେ ମୁଖ୍ୟତଃ ଧ୍ୟାନ ଦିଆଯାଇଛି ଯାହାରି ମୋଟ୍ ତ୍ରୁଟି ଚିହ୍ନଟ, ଆଇସୋଲେସନ୍ (ପୃଥକୀକରଣ), ବିଦୁ୍ୟତ୍ ଯୋଗାଣକୁ ଶୀଘ୍ର ସ୍ୱାଭାବିକ କରିବାକୁ ସକ୍ଷମ କରିଛି । ସହରାଞ୍ଚଳରେ ବିଦୁ୍ୟତ୍ ସରବରାହରେ ବିଭ୍ରାଟ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ଫଲ୍ଟ ପାସେଜ୍ ଇଣ୍ଡିକେଟର, ଅଟୋରିକ୍ଲୋଜର ୍ଭଳି ଡିଭାଇସ୍ରି କ୍ଲୋଜିଂ ଚକ୍ରକୁ ଶୀଘ୍ର ଓ ବିଳମ୍ବ ଜରିଆରେ ସାମୟିକ ତ୍ରୂଟିକୁ ସୁଧାରିବା ପାଇଁ ସ୍ୱୟଂକ୍ରିୟ ଭାବେ ସର୍କିଟ୍କୁ ଟ୍ରିପ୍ ଓ ରିକ୍ଳୋଜ୍ (ପୁନଃ ବନ୍ଦ କରିଥାଏ) କରୁଛି ଏବଂ ରିମୋଟ କଣ୍ଟ୍ରୋଲ୍ ବ୍ରେକର ୍ବିଭ୍ରାଟ ସମୟରେ ସେବାକୁ ଶୀଘ୍ର ସ୍ୱାଭାବିକ କରିବା କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛି । ଡିସ୍କମ୍ଗୁଡ଼ିକ ଅତ୍ୟାଧୁନିକ ନିରୀକ୍ଷଣଟୁଲ୍ ମଧ୍ୟ ମୂତୟନ କରୁଛନ୍ତି । ଡ୍ରୋନ୍ ଆଧାରିତ ନେଟ୍ୱର୍କ ଅଡିଟ୍, ଥର୍ମୋସ୍କାନିଂ ଓ ଅଲ୍ଟ୍ରାସ୍କାନିଂକୌଣସି ସମସ୍ୟା ଦେଖା ଦେବା ପୂର୍ବରୁ ସେଥିରେ ରହିଥିବା ଦୁର୍ବଳ ସ୍ଥାନକୁ ଚିହ୍ନଟ କରିବାରେ ସହାୟକ ହେଉଛି, ଯାହା ଫଳରେ ତ୍ରୁଟିର ପ୍ରତ୍ୟକ୍ଷ ପ୍ରତିଷେଧକ ସକ୍ଷମ ହୋଇପାରିଛି । ଏହି ପ୍ରଯୁକ୍ତି ଗୁଡ଼ିକ ପାରମ୍ପରିକ ଓ ପ୍ରତିକ୍ରିୟାତ୍ମକ ରକ୍ଷଣା ବେକ୍ଷଣକୁ ପ୍ରତିଷେଧ ମୂଳକ ଓ ଡାଟା ପରିଚାଳିତ ମଡେଲ୍ରେ ରୂପାନ୍ତିତ କରିଛି ।