‘ବିରୋଧୀ ମୋ ଠାରୁ ଟ୍ୟୁସନ୍ ହୁଅନ୍ତୁ’ : ଜେପି ନଡ୍ଡା

‘ବିରୋଧୀ ମୋ ଠାରୁ ଟ୍ୟୁସନ୍ ହୁଅନ୍ତୁ’ : ଜେପି ନଡ୍ଡା

ସୁପ୍ରିମକୋର୍ଟ ସୋମବାର ସିଆଇଏସଏଫ୍ ନିଯୁକ୍ତିକୁ ନେଇ ବିରୋଧୀଙ୍କ ହଙ୍ଗାମା ପରେ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ବିରୋଧୀଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି । ଜେପି ନଡ୍ଡା ବିରୋଧୀ ସାଂସଦଙ୍କ ଉପରେ ତଞ୍ଜ କସିବା ସହ କହିଛନ୍ତି ଯେ, ଆପଣଙ୍କୁ ମୋ ଠାରୁ ଟ୍ୟୁସନ୍ ହେବା ଦରକାର । ରାଜ୍ୟସଭାରେ ବିରୋଧୀଙ୍କୁ ଟାର୍ଗେଟ୍ କରି ଜେପି ନଡ୍ଡା କହିଥିଲେ, ମୁଁ ଏମାନଙ୍କୁ ବହୁତ ଥର କହିଛି, ମୁଁ ବିରୋଧୀ ଦଳରେ ୪୦ ବର୍ଷ ହେଲା ରହିଛି । ତେଣୁ ଏମାନେ ମୋ ଠାରୁ ଟ୍ୟସୁନ୍ ନେବା ଦରକାର । ମୁଁ ସେମାନଙ୍କୁ ଶିଖାଇଦେବି, କେମିତି ବ୍ୟବହାର କରାଯାଏ? ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଆପଣ ବାଡ଼ି ବୁଲାଉଛନ୍ତି, ଆଉ ଆପଣଙ୍କ ବାଡ଼ି ମୋ ନାକରେ ବାଜୁଛି, ତେବେ ମୋ ନାକ ଯେଉଁଠାରୁ ଆରମ୍ଭ ହେଉଛି, ସେହିଠାରୁ ହିଁ ଆପଣଙ୍କ ଗଣତନ୍ତ୍ର ଶେଷ ହେଇଯାଉଛି । ବିରୋଧୀମାନେ ଗୃହର କାମରେ ବାଧା ଉପୁଜାଉନାହାଁନ୍ତି ବରଂ ଅରାଜକତା ଖେଳାଉଛନ୍ତି ବୋଲି କହିଛନ୍ତି ଜେପି ନଡ୍ଡା ।

ଜେପି ନଡ୍ଡାଙ୍କ ଏଭଳି ବୟାନ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବୟାନ ପରେ ଆସିଛି । ଯେଉଁଥିରେ ସେ ପ୍ରଦର୍ଶନର ଅଧିକାର ନେଇ ଦାବି କରିଥିଲେ । ଗତ ସପ୍ତାହରେ ସିଆଇଏସଏଫ୍ ନିଯୁକ୍ତିକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସରକାର ଉପରେ ଗମ୍ଭୀର ଅଭିଯୋଗ ଆଣିଥିଲେ । ସରକାର ଜାଣିଶୁଣି ବିରୋଧୀଙ୍କ ସ୍ୱର ଚାପିବାକୁ ଚାହୁଛି । ଯେଉଁଥିପାଇଁ କି ସଂସଦ ପରିସରରେ ସିଆଇଏସଏଫକୁ ଡକାଯାଇଛି ବୋଲି ସେ କହିଥିଲେ । ସରକାର କିନ୍ତୁ ଏହି ଗମ୍ଭୀର ଅଭିଯୋଗକୁ ଖାରଜ କରିଦେଇଥିଲା । କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଏହା ଉପରେ ପ୍ରତିକ୍ରିୟା ଦେଇ କହିଥିଲେ କି, ସିଆଇଏସଏଫ୍ ଯବାନଙ୍କ ନିଯୁକ୍ତି କେବଳ ସଂସଦଙ୍କ ସୁରକ୍ଷା ପାଇଁ ରହିଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଗୃହକୁ ବିଭ୍ରାନ୍ତ କରିବାକୁ ଚାହୁଛନ୍ତି ବୋଲି ସେ କହିଥିଲେ ।