କ୍ଲବ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ଉଦଯାପିତ : ଅନୁପମା ଓ ଆଶିଷ ବରିଷ୍ଟ ବିଭାଗରେ ଶକ୍ତିଶାଳୀ ମହିଳା ଓ ପୁରୁଷ

 ଭୁବନେଶ୍ୱର :  ସ୍ଥାନୀୟ ଉକôଳ କରାଟେ ସ୍କୁଲ ଠାରେ ୩ୟ କ୍ଲବ ଶକ୍ତି ଉତ୍ତୋଳନ ପ୍ରତିଯୋଗୀତା ଉଦଯାପିତ ହୋଇଯାଇଅଛି  । ବରିଷ୍ଟ ବିଭାଗ ମହିଳାରେ ଅନୁପମା ସ୍ୱାଇଁ ଓ ପୁରୁଷରେ ଆଶିଷ ସାହୁ ଶକ୍ତିଶାଳୀ ମହିଳା ଓ ପୁରୁଷ ବିବେଚିତ ହୋଇଛନ୍ତି  । ଓଡିଶା ଅଲମ୍ପିକ ସଂଘର ସଭାପତି ସମୀର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ  । ଅନନ୍ୟ ଅତିଥି ଭାବେ ୱାଲେର୍ଡ ଅଫ ନୁ୍ୟଟ୍ରେସନର ମ୍ୟାନେଜିଙ୍ଗ ଡାଇରେକ୍ଟର  ବିଜୟ କୁମାର ମିଶ୍ର , ଆଡଭୋକେଟ କାଳି ପ୍ରସାଦ ନନ୍ଦ ଓ ସନତ ନାୟକ ଯୋଗ ଦେଇଥିଲେ । ୮୦, ହଜାର ଟଙ୍କାର ନଗଦ ପୁରସ୍କାର ସହ ଦେଢଲକ୍ଷ ଟଙ୍କାର କ୍ରିଡା ଉପକରଣ ଓ ସ୍ପୋର୍ଟସ ନୁ୍ୟଟ୍ରେସନ ଶ୍ରେଷ୍ଠ କ୍ରୀଡାବିତ ମାନଙ୍କୁ ପ୍ରଦାନ କରଯାଇଥିଲା  । ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ କ୍ଲବ ମାନଙ୍କରୁ ୨୦୦ ରୁ ଉର୍ଦ୍ଧ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ  । ଓଡିଶା ଶକ୍ତିଉତ୍ତୋଳନ ସଂଘ ଏବଂ ଉକôଳ କରାଟେ ସ୍କୁଲର ମିଳିତ ଉଦ୍ୟମରେ ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ଉକôଳ କରାଟେ ସ୍କୁଲ ୧୯ ଟି ସ୍ୱର୍ଣ ପଦକ ସହ ପ୍ରଥମ, ଫିଟନେସ ମନ୍ତ୍ର ୫ ଟି ସ୍ୱର୍ଣ ସହ ଦୁତୀୟ ଏବଂ ଡି. ଜିମ ୩ ଟି ସ୍ୱର୍ଣ ପଦକ ସହ ତୃତୀୟ ସ୍ଥାନ ହାସଲ କରିଛନ୍ତି  । 
ଉପକନିଷ୍ଠ ବାଳିକା ବିଭାଗରେ ବେଷ୍ଟ ଲିପ୍ଟର ୧ମ, କ୍ଷୀରୋଦ ସିଂ ଖୁଣ୍ଟିଆ , ୨ୟ ଜ୍ଞାନଦକ୍ଷା ସାହୁ  । ଜୁନିଅର ବାଳିକା ୧ମ ଆକାଂକ୍ଷା ପରିଡା , ୨ୟ, ଅନନ୍ୟା ଅନନ୍ଦିତା ଗିରି .୩ୟ ବିଶ୍ୱରୁପା ନାୟକ  ।  ସିନିୟର ମହିଳା ୧ମ, ଅନୁପମା ସ୍ୱାଇଁ , ୨ୟ, ତନୟା ପଣ୍ଡା , ୩ ୟ ଦିବ୍ୟଲେଖା ମିଶ୍ର  । ମାଷ୍ଟର ୪୦ ବର୍ଷରୁ ଉର୍ଦ୍ଧ ମହିଳା ବିଭାଗରେ ୧ମ, ରିତା ଘୋଷ , ୨ୟ ପ୍ରତିମା ରଥ , ୩ୟ, ସୋମ୍ୟା ଦାଶ  । ମାଷ୍ଟର ୫୦ ବର୍ଷ ରୁ ଅଧିକ ମହିଳା ବିଭାଗରେ ୧ମ, ସର୍ମିଷ୍ଟା ସେନାପତି , ୨ୟ, ଜମ୍ବୁ ବାଇ ନାୟକ , ୩ୟ, ଗୀତାଞ୍ଜଳି ନାୟକ  । ହାଇଟ୍ସ ସ୍ୱାଆଟ ମହିଳା ବିଭାଗରେ ଆକାଂକ୍ଷା ପରିଡା ୨୦୦ କେଜି , ହାଇଟ୍ସ  ବେଞ୍ଚପ୍ରେସ ବିଭାଗରେ ରେ ଆକାଂକ୍ଷା ପରିଡା ୯୦ କେଜି ଓ  ହାଇଟ୍ସ ଡେଡଲିଫ୍ଟ ରେ ଦିବ୍ୟଲେଖ ମିଶ୍ର ୧୮୦ କେଜି ପ୍ରଥମ ସ୍ଥାନ, ତନୟା ପଣ୍ଡା ସ୍ୱାଆଟ ଓ ବେଞ୍ଚପ୍ରେସ ରେ ଦୁତୀୟ ସ୍ଥାନ ଏବଂ ଆକାଂକ୍ଷା ପରିଡା ଡେଡଲିଫ୍ଟ ରେ ଦୁତୀୟ ସ୍ଥାନ ଲାଭ କରିଛନ୍ତି  । 
ସେହିପରି ପୁରୁଷ ଉପକନିଷ୍ଠ ବେଷ୍ଟ ଲିପ୍ଟର ଧୀରେନ୍ଦ୍ର ସ୍ୱାଇଁ ୧ମ, କ୍ରୀଷ୍ଣା ସାହୁ, ୨ ୟ , ଏବଂ ରାଜ ରଞ୍ଜନ ପାତ୍ର , ୩ ୟ  । କନିଷ୍ଟ ପୁରୁଷ ବେଷ୍ଟ ଲିପ୍ଟର ରେ ସୋମେନ ସେନାପତି, ପ୍ରଥମ, ଅକିଲ ନାଗ, ଦୁତୀୟ ଏବଂ ସନ୍ତୋଷ ସ୍ୱାଇଁ ତୃତୀୟ ସ୍ଥାନ  । ମାଷ୍ଟର ୪୦ ବର୍ଷ ରୁ ଉର୍ଦ୍ଧରେ  ଉମାକାନ୍ତ ବେହେରା , ପ୍ରଥମ , ମୋହନ ନାଗ ୨ ୟ ଏବଂ ହୃଦାନନ୍ଦ ନାୟକ ତୃତୀୟ  । ପୁରୁଷ ମାଷ୍ଟର ୫୦ ବର୍ଷରୁ ଉର୍ଦ୍ଧ କୃଷ୍ଣ ଚନ୍ଦ୍ର ସାହୁ , ପ୍ରଥମ , ନିରଞ୍ଜନ ପଟ୍ଟନାୟକ, ତୃତୀୟ ଏବଂ ଗୋପାଳ ଚନ୍ଦ୍ର ଦାସ ତୃତୀୟ ସ୍ଥାନ ଅଧିକାର କରିଥିଲେ  । ହାଇଟ୍ସ ସ୍ୱାଆଟ  ପୁରୁଷ ବିଭାଗରେ ରାକେଶ ଭୁକ୍ତା ୨୮୫ କେଜି, ହାଇଟ୍ସ ବେଞ୍ଚପ୍ରେସ ରେ ଯଜ୍ଞଦତ୍ତ ଭୁକ୍ତା ୧୭ କେଜି ଓ   ହାଇଟ୍ସ ଡେଡଲିଫ୍ଟ ରେ ରାକେଶ ଭୁକ୍ତା ୨୮୦ କେଜି । ପ୍ରତିଯୋଗୀତାକୁ ସଭାପତି ଇ. ଚିତ୍ତ ରଞ୍ଜନ ସ୍ୱାଇଁ , ସମ୍ପାଦକ ଡ. ହରି ପ୍ରସାଦ ପଟନାୟକ, ବି. ପି ବେହେରା , ଜାଭେଦ ଅର୍ଶଦ, ରାକେଶ ଶତପଥୀ , ଲକି ରାଣୀ ପାତ୍ର, ସ୍ୱାଗତିକା ସାହୁ , ରାଜସ୍ମିତା, ପ୍ରଦୀପ ପାତ୍ର, ବ. ଟି. ଭି ରମଣ ମୁର୍ତୀ, ଶକ୍ତି ବାରିକ,  ସୁସମିନୀ ପାଲଟାସିଂ, ଅବିନାଶ ପୁନ୍ଦିର, ସନ୍ଦିପ ଦାଶ, ସୁଜିତ ଗିରି, ଲଲିତ ସାହୁ, ଶ୍ରୀଜିତା ବରାଳ, ନ୍ୟାସା କୁମାରୀ, ରଜନୀ, ସଂଜୀବ ପଟେଲ, ବିଜୟ କୁମାର ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ  ।