ଟାଟା ଷ୍ଟିଲକୁ ପରିବେଶ ଉକôର୍ଷ ସମ୍ମାନ: ୧୦ମ ପରିବେଶ, ଶକ୍ତି ଏବଂ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ସମ୍ମିଳନୀ
ଭୁବନେଶ୍ୱର : ଦୀର୍ଘସ୍ଥାୟୀ ଖଣି ଏବଂ ପରିବେଶ ପ୍ରତି ଦାୟିତ୍ୱବୋଧ ଶିଳ୍ପ ଅଭ୍ୟାସ ପାଇଁ ଟାଟା ଷ୍ଟିଲ ପୁଣିଥରେ ସମ୍ମାନିତ ହୋଇଛି । କମ୍ପାନୀର ଫେରୋ ଆଲୟଜ୍ ଆଣ୍ଡ୍ ମିନେରାଲ ଡିଭିଜନ (ଏଫ୍ଏଏମ୍ଡି) ଅଧୀନରେ ପରିଚାଳିତ ସାରୁଅବିଲ କ୍ରୋମାଇଟ୍ ଖଣି ଏବଂ ଫେରୋ ଆଲୟଜ୍ ପ୍ଲାଂଟ୍ (ଏଫ୍ଏପି), ଆଠଗଡ଼କୁ ସମ୍ମାନଜନକ କଳିଙ୍ଗ ପରିବେଶ ଉକôର୍ଷ ପୁରସ୍କାର-୨୦୨୪ରେ ସମ୍ମାନିତ କରାଯାଇଛି । ଯାଜପୁର ଜିଲ୍ଲାର ସୁକିନ୍ଦା ଅଂଚଳରେ ଅବସ୍ଥିତ ସାରୁଅବିଲ କ୍ରୋମାଇଟ୍ ଖଣିକୁ ପଞ୍ଚ ତାରକା ବର୍ଗରେ ଏବଂ ଏଫ୍ଏପି ଆଠଗଡକୁ ଚାରି ତାରକା ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି । ୨୦୨୪ରେ ପରିବେଶ ସଂରକ୍ଷଣ କ୍ଷେତ୍ରରେ କମ୍ପାନୀର ଉକôୃଷ୍ଟ ପ୍ରଦର୍ଶନ ପାଇଁ ଏହି ସମ୍ମାନ ମିଳିଛି । ଖଣି ମୁଖ୍ୟ (ସାରୁଅବିଲ୍ ଓ କମର୍ଦ୍ଦା) ନବୀନ ଶ୍ରୀବାସ୍ତବ, ଏଫ୍ଏପି ଆଠଗଡ଼ର ମୁଖ୍ୟ ସର୍ବେଶ୍ୱର ନାୟକଙ୍କ ସହିତ ପରିବେଶ ପ୍ରବନ୍ଧକ (ସାରୁଆବିଲ ଏବଂ କମର୍ଦ୍ଦା) ଅବିନାଶ ମିଶ୍ର, ପରିବେଶ ପ୍ରବନ୍ଧକ (ଏଫଏପି ଆଠଗଡ୍, ଗୋପାଳପୁର ଏବଂ ବାଲେଶ୍ୱର) ଦୀପଙ୍କର ପତି କମ୍ପାନୀ ତରଫରୁ ପୁରସ୍କାର ଗ୍ରହଣ କରିଥିଲେ । ଇନ୍ଷ୍ଟିଚ୍ୟୁଟ୍ ଅଫ୍ କ୍ୱାଲିଟି ଆଣ୍ଡ ଏନଭାରନମେଣ୍ଟ ମ୍ୟାନେଜମେଣ୍ଟ ସର୍ଭିସେସ୍ (ଆଇକ୍ୟୁଇଏମ୍ଏସ୍) ଦ୍ୱାରା ବିଭିନ୍ନ ଶିଳ୍ପ ସଂଗଠନ ଏବଂ ପରିବେଶ ବିଶେଷଜ୍ଞଙ୍କ ସହଯୋଗରେ ଆୟୋଜିତ ୧୦ମ ପରିବେଶ, ଶକ୍ତି ଏବଂ ଜଳବାୟୁ ପରିବର୍ତ୍ତନ- ୨୦୨୫ ଜାତୀୟ ସମ୍ମିଳନୀରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଟାଟା ଷ୍ଟିଲ ଏଫ୍ଏଏମ୍ଡିର ଏକ୍ଜିକ୍ୟୁଟିଭ୍ ଇନ୍-ଚାର୍ଜ ପଙ୍କଜ ସତିଜା କହିଛନ୍ତିଯେ, "ଆମମାନଙ୍କର ମାତ୍ରଗୋଟିଏ ହିଁ ପୃଥିବୀ ଅଛି ଏବଂ ଏହାକୁ ଭବିଷ୍ୟତ ପିଢ଼ି ପାଇଁ ସଂରକ୍ଷିତ କରି ରଖିବା ବର୍ତ୍ତମାନ ସମୟର ଆବଶ୍ୟକତା ଅଟେ । ଏହି ସମୟରେ ସ୍ଥାୟୀ ଅଭ୍ୟାସକୁ ଗ୍ରହଣ କରିବା ଏକ ବିକଳ୍ପ ନୁହେଁ ବରଂ ଏକ ଆବଶ୍ୟକତାରେ ପରିଣତ ହୋଇଛି ବୋଲି ମତବ୍ୟକ୍ତ କରିଛନ୍ତି ।