ତମାଣ୍ଡୋ କପ୍ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ୮ ୱିକେଟ୍ରେ ଜିତିଲା ଏମ୍ଏମ୍ସିସି ସମ୍ବଲପୁର
ଭୁବନେଶ୍ୱର: ତମାଣ୍ଡୋ କ୍ରିକେଟ୍ କ୍ଲବ୍ ଆନୁକୂଲ୍ୟରେ ଚାଲିଥିବା ୭ମ ତମାଣ୍ଡୋ କପ୍ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ର ଆଜିର ଖେଳରେ କନିକା ୱାରିୟର୍ସ ରାଜକନିକାକୁ ୮ ୱିକେଟ୍ରେ ହରାଇ ଏମ୍ଏମ୍ସିସି ସମ୍ବଲପୁର ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ କରିଥିବା କନିକା ୱାରିୟର୍ସ ଦଳ ନିର୍ଦ୍ଧାରିତ ୧୭.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୯୪ ରନ୍ କରିଥିଲା । ଦଳ ପକ୍ଷରୁ ଅମିତ କୁମାର ରାଉତ ସର୍ବାଧିକ ୩୨ ରନ୍ ଓ ସତ୍ୟରଞ୍ଜନ ସାମଲ ୧୭ ରନ୍ କରିଥିଲେ । ଏମ୍ଏମ୍ସିସି ପକ୍ଷରୁ ଅନିକେତ ସିଂହ ୪ ଓଭର ବୋଲିଂ କରି ୧୫ ରନ୍ ଦେଇ ୩ଟି ଓ ଅର୍ଜୁନ ଭରଦ୍ୱାଜ ୨.୪ ଓଭରରେ ୧୨ ରନ୍ ଦେଇ ୩ ୱିକେଟ୍ ଅକ୍ତିଆର କରିଥିଲେ । ଦ୍ୱିତୀୟରେ ବ୍ୟାଟିଂ କରିଥିବା ଏମ୍ଏମ୍ସିସି ଦଳ ମାତ୍ର ୧୦.୩ ଓଭରରେ ୨ ୱିକେଟ୍ ହରାଇ ୯୫ ରନ୍ କରି ବିଜୟୀ ହୋଇଥିଲା । ଦଳପକ୍ଷରୁ ୱାଲଟର ଟପୋ ୨୫ ବଲ୍ରେ ନଟ୍ ଆଉଟ୍ ରହି ସର୍ବାଧିକ ୪୮ ରନ୍ କରିଥିଲେ । ସେହିପରି ତସରିଫ ଖାନ୍ ନଟ୍ ଆଉଟ୍ ରହି ୨୪ ବଲରେ ୨୯ ରନ୍ କରିିଥିଲେ । କନିକା ପକ୍ଷରୁ ନିଲୁ ପ୍ରଧାନ ୪ ଓଭରରେ ୩୫ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ । ମ୍ୟାଚ୍ ପରିଚାନା କରିଥିଲେ ଦୁର୍ଗାଦତ୍ତ ଦାସ, ଧୀରଜ କୁମାର ସିଂହ ଏବଂ ସୁଶୀଲ କୁମାର ସୁନ୍ଦରାୟ । ବିଜୟୀ ଦଳର ଅନିକେତ ସିଂହ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇ ଆଜିର ଅତିଥି ସମାଜସେବୀ ପ୍ରଭାତ କୁମାର ବେହେରାଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ମଙ୍ଗଳବାର ଏମ୍ଏମ୍ସିସି ସମ୍ବଲପୁର ଏବଂ ରୁବି ରକ୍ଷ୍ଟାର ପାତ୍ରପଡ଼ା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ ।