ଟି-୨୦ ସିରିଜ୍ ଜିତିଲା ଭାରତ
ନୂଆଦିଲ୍ଲୀ : ଅହମ୍ମଦାବାଦରେ ଖେଳାଯାଇଥିବା ଶେଷ ଟି-୨୦ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ହରାଇ ସିରଜକୁ ୩-୧ରେ ଜିତି ନେଇଛି । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଭାରତ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍ ହରାଇ ୨୩୧ ରନ୍ କରିଥିଲା । ଭାରତ ପକ୍ଷରୁ ତିଲକ ବର୍ମା ସର୍ବାଧିକ ୭୩ ରନ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୨୫ଟି ବଲ୍ ଖେଳି ୫ଟି ଚୌକା ଓ ୫ଟି ଛକା ବଳରେ ୬୩ ରନ୍ ସଂଗ୍ରହ କରିଥିଲେ । ୨୩୨ ରନର ବିଜୟଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ ହେଁ ଦଳ ୨୦ ଓଭରରେ ୮ ୱକେଟ ହରାଇ ୨୦୧ ରନରେ ସୀମିତ ରହିଥିଲା । ଦ.ଆଫ୍ରିକା ପକ୍ଷରୁ ଡିକକ୍ ସର୍ବାଧିକ ୬୫ ରନ କରିଥିଲେ । ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୪ଟି ୱିକେଟ ନେଇଥିଲେ ।
Samir Kumar Rout