ବିଦ୍ୟୁତ୍ ତାର ଛିଡି ଯିବାରୁ ଜଳିଗଲା ଧାନ
ସୋର : ବିଦ୍ୟୁତ୍ ତାର ଛିଡି ଯିବାରୁ ଜଳିଗଲା ୫ ଏକର ଜମିରେ ଗଚ୍ଛିତ ଥିବା ଧାନ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ତାଳପଦା ଗାଁରେ । ୧୧ କେଭି ବିଦ୍ୟୁତ୍ ତାର ଛିଡି ଯିବାରୁ ୫ ଜଣ ଚାଷୀଙ୍କର ଗଚ୍ଛିତ ରଖିଥିବା ସମସ୍ତ ଧାନ ଫସଲ ଜଳିଯାଇଛି । ଯାହାକୁ ନେଇ ଚିନ୍ତାରେ ପଡିଛି ଚାଷୀ। ଖବର ପାଇ ବାହାନଗା ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛି ।
Samir Kumar Rout