ସରକାରୀ ତାଲିକାରୁ ୩ ବ୍ୟାଙ୍କ ବାଦ୍

 ଭୁବନେଶ୍ୱର  : ଗତ ଦୁଇଟି ଆର୍ଥିକ ବର୍ଷରେ ସରକାରୀ ଯୋଜନାରେ ଭଲ ପ୍ରଦର୍ଶନ ନକରିବାରୁ ରାଜ୍ୟ ସରକାର ୩ ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି  । ଏଚଡ଼ିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଓ ଆକ୍ସିସ ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି  । ଏହି ତିନି ବ୍ୟାଙ୍କକୁ ସରକାର ତାଲିକାରୁ ବାଦ୍ ଦେଇଛନ୍ତି  । ଅର୍ଥାତ୍ ଏହି ୩ ବ୍ୟାଙ୍କରେ ରାଜ୍ୟ ସରକାରଙ୍କ କୌଣସି ବିଭାଗ ଟଙ୍କା ଜମା ରଖିବେ ନାହିଁକି କୌଣସି ଦେଣନେଣ କରିବେ ନାହିଁ  । ଯେଉଁସବୁ ବିଭାଗର ସେହି ୩ ବ୍ୟାଙ୍କରେ ଆକାଉଣ୍ଟ ଅଛି ତାହାକୁ ତୁରନ୍ତ ବନ୍ଦ କରିବାକୁ ବି ନିଦେ୍ର୍ଦଶ ଦିଆଯାଇଛି  । ତେବେ ସ୍ଥାୟୀ ଜମା ବା ଟର୍ମ ଜମା କିନ୍ତୁ ଏବେ ବନ୍ଦ ହେବନାହିଁ  ।