ଜଳସେଚନ ପ୍ରକଳ୍ପ ପରିଦର୍ଶନ କଲେ ଅନୁ ଗର୍ଗ
ଭୁବନେଶ୍ୱର/ବରଗଡ଼ : ଜଳସମ୍ପଦ ବିଭାଗର ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସମ୍ବଲପୁର ଓ ବରଗଡ଼ ଜିଲ୍ଲା ଗସ୍ତ କରି ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ବରଗଡ଼ ଜିଲ୍ଲାର ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପରେ ଅତିରିକ୍ତ ଆୟକଟ ଅଞ୍ଚଳକୁ ଜଳସେଚନ ସୁବିଧା ଯୋଗାଉଥିବା ପମ୍ପ ହାଉସ୍ ପରିଦର୍ଶନ କରିଥିଲେ । ଏହି ଅବସରରେ ସେ କେତେକ ପାଣି ପଞ୍ଚାୟତର କର୍ମକର୍ତ୍ତା ସମେତ ଏହାର ମହିଳା କର୍ମକର୍ତ୍ତାମାନଙ୍କ ସହ ପାଣି ପଞ୍ଚାୟତର ପରିଚାଳନା ସଂପର୍କରେ ଆଲୋଚନା କରି ସମସ୍ୟାର ସମାଧାନ ଦିଗରେ ଆବଶ୍ୟକ ପରାମର୍ଶ ଦେଇଥିଲେ ।