ଟିଚର୍ସ କ୍ଲବର ବାର୍ଷିକୋତ୍ସବ ଦେଶ ଗଢ଼ାଯାଏ ଶ୍ରେଣୀ ଗୃହରେ
ସିଂହପୁର: ବିଞ୍ଝାରପୁର ବ୍ଲକ୍ ଟିଚର୍ସ କ୍ଲବ୍ର ପଞ୍ଚଦଶ ବାର୍ଷିକୋତ୍ସବ ଟିଣା ସ୍ଥିତ କୃଷ୍ଣଚନ୍ଦ୍ର ହାଇସ୍କୁଲ ପରିସରରେ ବିଜୟ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ପ୍ରଫେସର ବିଜୟ କିଶୋର ସାମଲ, ଚନ୍ଦ୍ର ଶେଖର ପାତ୍ର, ପ୍ରଫେସର ଅଜୟ ଓଝା, ପ୍ରଧାନଶିକ୍ଷକ ସୁରେଶ ଚନ୍ଦ୍ର ନାୟକ ଅତିଥି ଭାବେ ଯୋଗଦେଇଥିଲୋ ଶିକ୍ଷକ ସୁରେନ୍ଦ୍ର ପତି ବେଦ ପାଠ କରିଥିଲୋ ଶିକ୍ଷୟିତ୍ରୀ ପ୍ରତିଜ୍ଞା ସାହୁ, ଶୁଚିସ୍ମିତା ବେହେରା ଓ ଦୀନବନ୍ଧୁ ଧଳଙ୍କ ନିଦେ୍ର୍ଦଶନାରେ ଛାତ୍ରଛାତ୍ରୀ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଉପସଭାପତି ଉମେଶ ଚନ୍ଦ୍ର ସାମଲଙ୍କ ପ୍ରସ୍ତାବକ୍ରମେ ଦିବଂଗତ ସଭ୍ୟମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ଭାରତ ଭୂଷଣ ମଲ୍ଲିକ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ସରୋଜ ମଲ୍ଲିକ ବାର୍ଷିକ ବିବରଣୀ ପାଠ କରିଥିଲେ । ପୂର୍ବତନ ଏବିଇଓ ବାସୁଦେବ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲା ବେଳେ, ପ୍ରମୋଦ ସାମଲ ଓ ସତ୍ୟଭୂଷଣ ବାରିକ ଟିଚର୍ସ କ୍ଲବର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା ରଖିଥିଲେ । ‘ଦେଶ ଗଢ଼ାଯାଏ ଶ୍ରେଣୀ ଗୃହରେ' ଶୀର୍ଷକ ଏକ ପ୍ରସଙ୍ଗ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଉନ୍ନତ ମାନର ଶ୍ରେଣୀଶିକ୍ଷା ଦ୍ୱାରା ଭବିଷ୍ୟତରେ ଦେଶର ଉପଯୁକ୍ତ ଦାୟାଦ ସୃଷ୍ଟି ହୋଇପାରିବେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ତୃତୀୟ ଓ ପଂଚମ ଶ୍ରେଣୀ ବୃତି ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ପୁରସ୍କୃତ କରାଯାଇଥିଲା । ଟିଚର୍ସ କ୍ଲବର ଅବସରପ୍ରାପ୍ତ ସଭ୍ୟ ପ୍ରଭାତ କୁମାର ସାମଲ, ସୁଷମାରାଣୀ ଜେନା ଓ ଗଙ୍ଗାରାଣୀ ମିଶ୍ରଙ୍କୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ବେହେରା, ତ୍ରିଲୋଚନ ପତି, କଳାକାର ପାତ୍ର, ଛାୟାପତି ଜେନା, ଅର୍ଜୁନୀ ଚରଣ ଦାଶ, ଅନ୍ତର୍ଯ୍ୟାମୀ ମହାପାତ୍ର, ପଂଚାନନ ଜେନା, ରବୀନ୍ଦ୍ର କୁମାର ଦାସ ଓ ବିଷ୍ଣୁ ଚରଣ ସାମଲ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । କ୍ଲବ୍ର କର୍ମକର୍ତ୍ତା ରବିନାରାୟଣ ସାମଲ, ରାମଚନ୍ଦ୍ର ନାୟକ, ବୀଣାପାଣି ଧଳ, ବିଦ୍ୟାସାଗର ବେହେରା, ମନୋରଞ୍ଜନ ସ୍ୱାଇଁ ଓ ପ୍ରକାଶ ଚନ୍ଦ୍ର ମଲ୍ଲିକ ଉତ୍ସବର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶିକ୍ଷୟିତ୍ରୀ ଟିକିଲତା ବେହେରା ଉଦ୍ୟାପନୀ ସଙ୍ଗୀତ ଗାନ କରିଥିଲା ବେଳେ ପୂର୍ବତନ ସିଆରସିସି ଅକ୍ଷୟ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।