ସ୍ୱାସ୍ଥ୍ୟ କେନ୍ଦ୍ର ପାଲଟିଛି ପାର୍କିଂ ସ୍ଥଳ

 ଖଣ୍ଡପଡ଼ା : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ସହରର ପୂର୍ବଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଟି ନୂତନ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ସେଠାରେ ତାଲା ଝୁଲୁଅଛି । ଡାକ୍ତରଙ୍କ ଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀ ପୂରାତନ ସ୍ୱାସ୍ଥ୍ୟ କେନ୍ଦ୍ରର ସରକାରୀ ବାସଭବନରେ ରହୁଛନ୍ତି । ପୂରାତନ ସ୍ୱାସ୍ଥ୍ୟ କେନ୍ଦ୍ରର ପରିସରରେ ସ୍ଥାନେ ସ୍ଥାନେ କୁଢ କୁଢ ଅଳିଆ ଆବର୍ଜନା ଜମି ରହିଥିବାର ପରିଲକ୍ଷିତ ହେଉଛି । ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା ସ୍ୱାସ୍ଥ୍ୟକେନ୍ଦ୍ର ପରିସରଟି ଏବେ ପାଲଟିଛି ଯାନବାହାନର ପାର୍କିଂ ସ୍ଥଳ । ଖଣ୍ଡପଡ଼ା ଏନ୍ଏସି କାର୍ଯ୍ୟାଳୟରେ ବ୍ୟବହାର ହେଉଥିବା ଅଳିଆ ବୁହାଗାଡି, ଟ୍ରାକ୍ଟର ଓ ଠିକାଦାରଙ୍କ କାର୍ଯ୍ୟରେ ବ୍ୟବହାର ହେଉଥିବା ବିଭିନ୍ନ ଯନ୍ତ୍ର ଉପକରଣ ଆଦି ମେସିନ୍ ସବୁ କିଛି ପୂରାତନ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଡିରହିଛି । ରାତିରେ କିଛି ଅସାମାଜିକ ଯୁବକଙ୍କ ମଦ୍ୟପର ଆଡ୍ଡାସ୍ଥଳୀ ପାଲଟିଛି ନିଶାଦ୍ରବ୍ୟ ବିକ୍ରି ମଧ୍ୟ ହେଉଥିବା ଲୋକେ ପ୍ରକାଶ କରିଛନ୍ତି । ଏଠାରେ ରହୁଥିବା  ଡକ୍ତରସମେତ କର୍ମଚାରି ମାନଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏଥିପ୍ରତି ପ୍ରଶାସନ ଓ ପୋଲିସର ଦୃଷ୍ଟି ଆକର୍ଷଣ କରିବା ସହ କିପରି ବେଫିକର ଭାବେ ଗାଡି ପାର୍କିଂ ବ୍ୟବସ୍ଥା କୁ ଉଛେଦ କରି ନିଶାଦ୍ରବ୍ୟ ବିକ୍ରୀ ଓ ପାନ କରୁଥିବା ବ୍ୟକ୍ତି ଙ୍କୁ ହଟାଇବାକୁ ଜନସାଧାରଣ ରେ ଦାବି ହେଉଛି  ।