ଟିପିଏନ୍ଓଡିଏଲ୍ ସିଇଓଙ୍କୁ ‘ସିଇଓ ଅଫ ଦି ଇୟର’

 ବାଲେଶ୍ୱର: ଟିପିଏନ୍ଓଡିଏଲ୍ର ସିଇଓ ଦ୍ୱିଜଦାସ ବସାକଙ୍କୁ ବିଜନେସ୍ ଲିଡର୍ ଅଫ୍ ଦି ଇୟର ଆୱାର୍ଡ ସମାରୋହରେ ‘ସିଇଓ ଅଫ୍ ଦି ଇୟର’ ଭାବେ ମୁମ୍ବାଇରେ ଅନୁଷ୍ଠିତ କାର୍ଯ୍ୟକ୍ରମର ୨୩ତମ ବିଶ୍ୱ ସଂସ୍କରଣରେ ପୁରସ୍କାର ପ୍ରଦାନ କରାଯାଇଛି । ଯାହା ନେତୃତ୍ୱ ଏବଂ ବ୍ୟବସାୟିକ ନବସୃଜନରେ ଉକ୍ରର୍ଷତାକୁ ଦର୍ଶାଉଛି । ଟିପିଏନ୍ଓଡିଏଲ୍କୁ ପରିଚାଳନା ଗତ ଉକ୍ରର୍ଷତା ଏବଂ ଗ୍ରାହକ-କେନ୍ଦ୍ରୀକ ସମାଧାନ ଦିଗରେ ଆଗେଇ ନେବାରେ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ, ଗୁରୁତ୍ୱପୂର୍ଣ୍ଣ ଅବଦାନ ଏବଂ ନିରନ୍ତର ପ୍ରୟାସ ପାଇଁ ଶ୍ରୀବସାକଙ୍କୁ ସମ୍ମାନିତ କରାଯାଇଥିଲା । ତାଙ୍କ ମାର୍ଗ ଦର୍ଶନରେ ଟିପିଏନଓଡିଏଲ ଶକ୍ତି ବଂଟନ, ବୈଷୟିକ ଉନ୍ନତି ଏବଂ ସ୍ଥାୟୀ ଶକ୍ତି ଅଭ୍ୟାସ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି । ପୁରସ୍କାର ଗ୍ରହଣ କରିବା ପରେ ଶ୍ରୀବସାକ କୃତଜ୍ଞତା ଜ୍ଞାପନ କରିବା ସହ ଟିପିଏନଓଡିଏଲ ଟିମକୁ ଏହି ସଫଳତାକୁ ସମର୍ପିତ କରିଥିଲେ ।